ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ୨ୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ କମଳଲୋଚନ ମିଶ୍ର ଅଧ୍ୟକ୍ଷତା କରିଥିଲେ ।କମିଟି ର ସଦସ୍ଯ ସଚିବ ତଥା ବିଦ୍ୟାଳୟର ଅଧ୍ୟକ୍ଷ (ଭାରପ୍ରାପ୍ତ) କେ .କୁରନ ବିଦ୍ୟାଳୟର ବିବରଣୀ ଉପସ୍ଥାପନ କରିଥିଲେ ।ଏହା ସହିତ ବିଦ୍ୟାଳୟରେ ଆବଶ୍ୟକତା ଦୃଷ୍ଟିରୁ ଅସ୍ଥାୟୀ ଶିକ୍ଷକ ପଦବୀ ପୂରଣ ସହ ଅନ୍ଯାନ୍ଯ ଖାଲି ପଦବୀ ପୂରଣ ବିବରଣୀ ପ୍ରଦାନ କରିଥିଲେ । ଏହା ପରେ ୩୧ ମାର୍ଚ୍ଚ ମାସ ସୁଦ୍ଧା ଖାଲିପଡିଥିବା ଶ୍ରେଣୀର ସ୍ଥାନରେ ନାମ ଲେଖାଇବା ପାଇଁ ୧୨ ଅପ୍ରେଲ ଆବେଦନ ଶେଷ ଦିବସ ରହିଥିବା ଜଣାଇଥିଲେ ।ଏହା ସହିତ ବିଦ୍ୟାଳୟରେ ନୂତନ ଭାବେ ଆଉ କିଛି ସିସିଟିଭି କ୍ୟାମେରା ସହିତ ଲେବେରେଟାରୀ ସରଞ୍ଜାମ ଯନ୍ତ୍ରପାତି କିଣା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହା ପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯିବ ଉଚିତ୍ ଯାହାଦ୍ୱାରା ବିଷେଶ ସଫଳତା ପ୍ରାପ୍ତ ହେବ ତେଣୁ ଅତି ସତର୍କତା ସହିତ ଶିକ୍ଷାଦାନର ପରିଚାଳନା କରିବାକୁ ପରାମର୍ଶ ପ୍ରଦାନ କରିଥିଲେ ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କରନାଥ ବିଶ୍ବାଳ ଛାତ୍ରଛାତ୍ରୀ ଙ୍କ ଶିକ୍ଷାଦାନ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିଥିଲେ ।ଉକ୍ତ ବୈଠକରେ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ଯ ତଥା ଉପସଭାପତି(ପିଟିଏ) ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଭିଭାବକଙ୍କ ପ୍ରତିକ୍ଷା ଗୃହ ସହିତ ଅନ୍ଯାନ୍ଯ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ସଦସ୍ଯ ଅଜିତ ରଞ୍ଜନ ମାଳି, ଶ୍ରୀମତୀ ମମତା ହେମରାଜ, ସୁକୁମାର ସୁନା, ଶିକ୍ଷକ ପ୍ରତିନିଧି ଗୋପାଳ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନାକ୍ଷୀ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More