ନବରଙ୍ଗପୁର – କଳାହାଣ୍ଡି ଗମନା ଗମନରେ ମୁଣ୍ଡାଗୁଡ଼ା ରାସ୍ତା ନିର୍ମାଣ ସାଜିଛି ଅଭିଶାପ

12

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ଗ୍ରାମ ପଞ୍ଚାୟତ ରେ ମଙ୍ଗର ଦୋରା ଠୁ ମୁଣ୍ଡାଗୁଡା ଓ ବରଡ଼ା ଝୋଡି ପର୍ଯ୍ୟଂନ୍ତ ନିତି ଦିନିଆ ଯାତାୟତ ଉପଯୋଗୀ ରାସ୍ତା ଆଜା ଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ଯାଏଁ ରାସ୍ତା ଟି ହୋଇପାରୁ ନାହି। ଏହି ରାସ୍ତା କଳାହାଣ୍ଡି ଜିଲ୍ଲା ସୀମାନ୍ତ ଗ୍ରାମ ଗୁଡ଼ିକ ସମେତ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ଙ୍କ ପାଇଁ ସାଜିଛି ବାଧକ । ନା ପ୍ରଶାସନ ନା ନେତା କେହି ସ୍ଥାୟୀ ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ହେଉ କିମ୍ବା ଅନ୍ୟ ଯୋଜନାରେ ସାମିଲ କରି ରାସ୍ତା କରି ପାରିଲେ ନାହିଁ । ଯେବେଠାରୁ ଇନ୍ଦ୍ରାବତୀ ପ୍ରକଳ୍ପ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଙ୍କୁ ସମସ୍ତ ସେବା ଯୋଗାଇ ଦେବା ବନ୍ଦ ହେବା ପରଠାରୁ କିଛି ବର୍ଷ ହେଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଥୁ. ରାମପୁର ବ୍ଲକ ଅନ୍ତର୍ଗତ ପାଡେପଦର ପଞ୍ଚାୟତର ହାର୍ଡସିଲ, ବେଣାଖମାର, ଦୂରେସପଦର, ଖମାରପଦର, ଭୂତଗୁଡା, ଭାଟିପାସ ମୁଣ୍ଡିଘାଟି, ଭବଡାପଦର, ଫୁଙ୍କିଜାଲ, ସାନଛତ୍ରଙ୍ଗ ଏବଂ ମହୁଲପାଟଣା ପଞ୍ଚାୟତର ପୋଡାପଦର, ଟିକିଲିପଦର, ତଳ ଚବରି ଉପରଚବରୀ, କେନ୍ଦୁଗୁଡା ଏଭଳି ୧୪ଗୋଟି ଗ୍ରାମର ଗ୍ରାମବାସୀ ନିର୍ଭରଶୀଳ l ଦୁଃଖର ବିଷୟ ମାତ୍ର ୨ କିଲୋମିଟର ରାସ୍ତା ଏହି ୧୪ଗୋଟି ଗ୍ରାମବାସୀଙ୍କୁ ବାଧା ସୃଷ୍ଟି କରୁଛି ଯାହାକି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ସୀମା ମଧ୍ୟରେ ଥିବା ମଙ୍ଗରଦୋରା ଠାରୁ ମୁଣ୍ଡାଗୁଡା ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତା।ଏହାର ନିର୍ମାଣ ପାଇଁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଉପଦେଷ୍ଟା ସ୍ୱତନ୍ତ୍ର ବିକାଶ ପରିଷଦ ପ୍ରଦୀପ ମାଝୀ ଙ୍କୁ ବିଭିନ୍ନ ମହଲ ରୁ ତଥା ପଞ୍ଚାୟତ ପ୍ରତିନିଧି ବହୁବାର ଅନୁରୋଧ କରିଥିଲେ ମଧ୍ୟ, ରାସ୍ତା ନିର୍ମାଣ କରିବାକୁ ଆବଶ୍ୟକ ପଦକ୍ଷେପ ନିଆ ଯାଇ ପାରୁନାହିଁ l ଏହି ଅଞ୍ଚଳ ଅନୁସୂଚୀତ ଅଞ୍ଚଳ ସଂଖ୍ୟାଧିକ ଆଦିବାସୀ ଅଧ୍ୟୁଷିତ ଗାଁ ଗୁଡ଼ିକ ରହିଥିଲେ ମଧ୍ୟ ବିକାଶ ଗ୍ରନ୍ଥ ରେ ଲିପିବଦ୍ଧ ହୋଇ ପାରୁ ନାହିଁ। କଳାହାଣ୍ଡିର ୧୪ଗୋଟି ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ସ୍ୱାସ୍ଥ୍ୟସେବା ।ଗତ ବର୍ଷ ଜୁଲାଇ ମାସରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ବହୁତ ଅସୁବିଧା ହେବାରୁ ସୀମାନ୍ତ ପାଡେପଦର ପଞ୍ଚାୟତର ସରପଞ୍ଚ ସମାରି ମାଝୀ ତେନ୍ତୁଳିଖୁଣ୍ଟିର ତତ୍କାଳୀନ ବି.ଡି.ଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ପକ୍କାରାସ୍ତା ନିର୍ମାଣ ପାଇଁ ଲିଖିତ ଭାବେ ଅନୁରୋଧ କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ l ତେନ୍ତୁଳିଖୁଣ୍ଟି ବାସୀ ଙ୍କ ପାଇଁ ଓ ତେନ୍ତୁଳିଖୁଣ୍ଟି ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ୧୪ଗୋଟି ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ଉକ୍ତ ରାସ୍ତାକୁ ପିଚୁ ରାସ୍ତାରେ ପରିଣତ କରାଗଲେ ୨ ଜିଲ୍ଲା ମଧ୍ୟରେ ଗମନା ଗମନ ପଥ ସୁଗୁମ ହେବ, ଏବଂ ନୂତନ ଅଧ୍ୟାୟ ସୃଷ୍ଟି କରିବ । ୨ଜିଲ୍ଲା ମଧ୍ୟରେ ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇପାରିବ ବୋଲି କଳାହାଣ୍ଡି ଜିଲ୍ଲା ସୀମାନ୍ତ ଥୁ. ରାମପୁର ବ୍ଲକ୍ ଓ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ବାସୀ କହିଛନ୍ତି। ଏ ନେଇ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ମତାମତ ପାଇଁ ଫୋନ୍ କରିଥିଲୁ କୌଣସି ମତାମତ ନ ମିଳିବାରୁ ପ୍ରତିକ୍ରିୟା ପ୍ରକାଶ କରିପାରି ନାହୁ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More