ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପୂର୍ଣ୍ଣାଙ୍ଗ କମିଟି ଗଠିତ

14

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରବିବାର ଦିନ କଲେଜ ପରିସରରେ ଷଷ୍ଠ ତମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଗଣେଶ ଦାଶଙ୍କ ଅବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଉଚ୍ଛବ ପାଳନ ପାଇଁ ପୂର୍ଣାଙ୍ଗ ଚୁଡାନ୍ତ କମିଟି ଗଠିତ ହୋଇଛି । ସର୍ବ ସମ୍ମତି କ୍ରମେ କମିଟିର ସମ୍ପାଦକ ରୂପେ ନବରଙ୍ଗପୁର କଲେଜ ଅଧ୍ୟକ୍ଷ ଡ॰ ଭାସ୍କର ନାଥ ବିଶ୍ଵାଳଙ୍କୁ ଚୟନ କରାଯାଇଥିବାବେଳେ ଆବାହକ ଭାବେ ଶ୍ରୀ ଗଣେଶ ଦାଶ, ସହ ଆବାହକ ଭାବେ ପୂର୍ବତନ ଛାତ୍ରୀ ତଥା ଅଧ୍ୟାପିକା ସଙ୍ଗୀତା ତ୍ରିପାଠୀ , ଆଇନ ପରାମର୍ଶ ଦାତା ରୂପେ ନବରଙ୍ଗପୁର ଓକିଲ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀଙ୍କୁ ଚୟନ କରାଯାଇଛି । ଏହା ପୂର୍ବରୁ ଗଠିତ ହୋଇଥିବା ବିଭିନ୍ନ ସବ କମିଟିର କର୍ମକର୍ତ୍ତାଙ୍କୁ ନେଇ ଏହି କମିଟି କାର୍ଯ୍ୟ କରିବ । ସବ କମିଟିରେ ନୂତନ ଭାବେ ସଦସ୍ୟ ଗ୍ରହଣ କରିବାର ଅଧିକାର ଏହି କମିଟିକୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ଆସନ୍ତା ୧୧ ତାରିଖ ଦିନ ଏହି କମିଟି, ଜିଲ୍ଲାର ଲୋକ ପ୍ରତିନିଧି ଓ ଜିଲ୍ଲାପାଳଙ୍କୁ ନେଇ ବୈଠକ କରି ସୁବର୍ଣ୍ଣ ଜୟନ୍ତୀ ପାଳନର ରୂପ ରେଖ ଚୁଡାନ୍ତ କରିବ ବୋଲି ଆବାହକ ଗଣେଶ ଦାଶ ସୂଚନା ଦେଇଛନ୍ତି ।ଅପରପକ୍ଷେ, ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅବସରପ୍ରାପ୍ତ ୪ ଜଣ ଅଧ୍ୟାପକ କ୍ୟାପ୍ଟେନ ତ୍ରିପତି ପଣ୍ଡା , ପଦ୍ମନାଭ ମିଶ୍ର , ଡ ହଋ ପ୍ରସାଦ ତୁଳ ଓ ଜୁଗୁନୁ ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା । ଇଂଲଣ୍ଡରେ କାର୍ଯ୍ୟରତ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ସ୍ବାଗତିକା ତ୍ରିପାଠୀ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ପରିଚାଳନା କରିଥିବା ବେଳେ ଏଥିରେ ମହାବିଦ୍ୟାଳୟର ୟ୍ଅଧ୍ୟକ୍ଷ ଡ ଭାସ୍କର ନାଥ ବିଶ୍ଵାଳ , ସୁବର୍ଣ୍ଣ ଜୟନ୍ତୀ କମିଟିର ଆବାହକ ଗଣେଶ ଦାଶ, ସହ ଆବାହକ ଅଧ୍ୟାପିକା ସଙ୍ଗୀତ ତ୍ରିପାଠୀ, ଅଧ୍ୟାପକ ଦିଲ୍ଲୀପ ହୋତାଙ୍କ ସମେତ କଲେଜର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More