ନବରଙ୍ଗପୁର,୨୦।୧୧ ଜିଲା ର ସର୍ବପୁରାତନ ନବରଙ୍ଗପୁର କଲେଜ ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଇଂ. ବିଶେଶ୍ୱର ଟୁଡୁଙ୍କୁ ନିମନ୍ତ୍ରଣ କରାଯାଇଛି । ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ କେନ୍ଦ୍ର ମନ୍ତ୍ରୀ ଇଂ.ଟୁଡୁଙ୍କୁ ଭେଟି ନିମନ୍ତ୍ରିତ କରାଯାଇଛି । କଲେଜର ପୁରାତନ ଛାତ୍ର କମିଟି (ଆଲୁମିନି) ପକ୍ଷରୁ ସଭାପତି ଗଣେଶ ଦାସ, ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦିକା ଅଧ୍ୟ।ପିକା ସଙ୍ଗୀତା ତ୍ରିପାଠୀ,ଅଧ୍ୟ।ପିକା ଚନ୍ଦନା ପଣ୍ଡା ଓ ବାଙ୍କ ବିହାରୀ ବିଷୋୟୀ ପ୍ରମୁଖ ସାକ୍ଷାତକରି ସମାରୋହରେ ଯୋଗଦେବାକୁ ନିବେଦନ କରିଥିଲେ । ତେବେ ସେହି ସମୟରେ ସଂସଦ ଚାଲିବାକୁ ଥିବାରୁ ସେ ଯୋଗ ଦେବାକୁ ପ୍ରଥମେ ଯୋଗଦେବାକୁ ଅକ୍ଷମତା ପ୍ରକାଶ କରିଥିଲେହେଁ ଅନୁରୋଧ କୁ ରକ୍ଷାକରି ସେ ଡିସେମ୍ବର ୧୯ରେ ଯୋଗ ଦେବାକୁ ସହମତି ପ୍ରକାଶ କରିଥିଲେ । ଏହି କଲେଜରେ ଆବଶ୍ୟକ ଛାତ୍ରାବାସ ନଥିବାରୁ ଛାତ୍ରଛାତ୍ରୀ ଙ୍କର ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅତି କମରେ ପାଞ୍ଚ ଶହ ହଷ୍ଟେଲ ଘୋଷଣା କରିବାକୁ ଅନୁରୋଧ କରାଯାଇଥିଲା । ତେବେ ସେ ନିଶ୍ଚିତ ଭାବେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହାଛଡ। ଏହି କଲେଜରେ ୩୦୦୦ ପିଲା ପାଠ ପଢୁଥିବାବେଳେ ପ୍ରାୟ ୮୦ ପ୍ରତିଶତ ଆଦିବାସୀ ପିଲା ପାଠ ପଢ଼ୁଥିବାବେଳେ କଲେଜ ର ବହୁ ସମସ୍ୟା ଅବଗତ ହୋଇଥିଲେ । ଏହା ଜାଣିବା ପରେ ସେ ନିଶ୍ଚୟ ଯୋଗ ଦେବେ ବୋଲି କହିଥିଲେ ।
ନବରଙ୍ଗପୂର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।
Get real time updates directly on you device, subscribe now.
Prev Post
Next Post