ନବରଙ୍ଗପୁର ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ମାଇକ୍ରୋସଫ୍ଟର ଅନଲାଇନରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ କ୍ରରିଏର କାଉନସେଲିଂ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଇକ୍ରୋସଫ୍ଟ (Microsoft) କମ୍ପାନୀ ପକ୍ଷରୁ ଅନଲାଇନ୍ ମାଧ୍ୟମରେ Digital Literacy ଅନ୍ତର୍ଗତ ସାରା ଭାରତ ବର୍ଷରେ ୨ଲକ୍ଷ (୧୬ରୁ ୩୫ ବର୍ଷ ) ଯୁବକ ଯୁବତୀ ଛାତ୍ରଛାତ୍ରୀ ମାନଙ୍କୁ ସ୍କିଲ ତାଲିମ କାର୍ଯ୍ୟକ୍ରମ ସହ କୌଶଳ ଶିକ୍ଷା ପ୍ରଦାନ ଓଡ଼ିଶାରୁ ୨୦.୦୦୦ ହଜାର ରଖାଯାଇଛି ସେହି କ୍ରମରେ ନବରଙ୍ଗପୁର ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ୨୫୦ ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ୍ କରାଯାଇଥିଲା ।ଏହି ତାଲିମ ଅନଲାଇନ୍ ମାଧ୍ୟମରେ ଘରେ ବସି ଶିକ୍ଷା ଗ୍ରହଣ ର ସୁବିଧା ଉପଲବ୍ଧ ହୋଇପାରିବ ସହ ତାଲିମ ଶେଷରେ ପ୍ରମାଣ ପତ୍ର ଅନଲାଇନ୍ ମାଧ୍ୟମରେ ପ୍ରଦାନ ର ବ୍ୟବସ୍ଥା ରହିଥିବା ଆଈସେଟ(AISECT) ଭୁବନେଶ୍ବର ଶାଖାର ମାଇକ୍ରୋସଫ୍ଟ ରାଈଜ(Rural India skill empowerment ) ର ପ୍ରଜେକ୍ଟ କଡିନେଟର ନିଳାଦ୍ରି ମହାରଣା ନିଜ ବକ୍ତବ୍ୟ ସହ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟଳୟ ର ଅଧ୍ୟକ୍ଷ ଡଃ ରଞନ ବେହେରା ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିଜ ବକ୍ତବ୍ଯରେ ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ସ୍କିଲ ତାଲିମ୍ ନେବା ଦ୍ବାରା ଭବିଷ୍ଯତ ଉଜ୍ଜ୍ବଳ ହେବା ସହ ରୋଜଗାରକ୍ଷମ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସହକାରୀ ଅଧିକାରୀ ତଥା ପ୍ରଫେସର ରାଜୀବ ଜାଲ ସ୍ନାତକ ଶିକ୍ଷା ସମାପ୍ତ ପରେ ବିଭିନ୍ନ ପରୀକ୍ଷା ସହ ସିଭିଲ୍ ସଭିର୍ସ ପରୀକ୍ଷାରେ ଭାଗ ନେଇ କିପରି କୃତକାଯ୍ୟ ହେବେ ସେହି ଉପରେ ଆଲୋକପାତ କରିଥିଲେ ।ଏହି ଅବସରରେ ନବରଙ୍ଗପୁର କୋଣାର୍କ ଆଇ.ଟି.ଆଇ.ର ନିଦ୍ଦେର୍ଶକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ମନ୍ମଥ ମାଝୀ ସହିତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଫେସର ଶ୍ରୀ ଜାଲ ଆଈସେଟ୍ (AISECT) ର ଏହି ପ୍ରୟାସକୁ ଧନ୍ୟବାଦ ପ୍ରଦାନ କରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More