ମୁନା ବେନ୍ୟା ସଭାପତି: ହରି ଟାକ୍ରି ସମ୍ପାଦକ ଭାବେ ନିର୍ବାଚିତ
ନବରଙ୍ଗପୁର (୨୫/୧୧) ଆଜି ନବରଙ୍ଗପୁର ଅଟୋ ସଂଘ ର ନିର୍ବାଚନ ସ୍ଥାନୀୟ ଆର୍. ଏମ୍. ସି. ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସର୍ବସମ୍ମତିକ୍ରମେ ନବରଙ୍ଗପୁର ର ବରିଷ୍ଠ ଆଇନଜୀବୀ ସୁବୋଧ ଚନ୍ଦ୍ର ବେନ୍ୟା (ମୁନା ବେନ୍ୟା) ଙ୍କୁ ସଂଘ ର ସଭାପତି ଭାବେ ନିର୍ବାଚିତ କରାଯାଇଛି।
ଉପ-ସଭାପତି ଭାବେ ରବୀନ୍ଦ୍ର ଖଣ୍ଡୁଆଳ, ଉପ-ସଭାପତି ଭାବେ ସୁମନ୍ତ ସୁନା, ସମ୍ପାଦକ ଭାବେ ହରି ଟାକ୍ରି, ସହ ସମ୍ପାଦକ ଭାବେ ସଞ୍ଜୟ ସାହୁ ଓ କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ଜାନୀ ନିର୍ବାଚିତ ହୋଇଛନ୍ତି।
ସମସ୍ତ ନିର୍ବାଚିତ କର୍ମକର୍ତ୍ତା ମାନେ ସଂଘ ର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ସଂଘ ର ସଦସ୍ୟ ମାନଙ୍କ ସମସ୍ତ ସମସ୍ୟା ଓ ଅସୁବିଧା କୁ ଦୃଷ୍ଟିରେ ରଖି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଛନ୍ତି।
ଆଗାମୀ ଦୁଇ ବର୍ଷ ପାଇଁ ପୁନର୍ଗଠିତ ଏହି ସଂଘ ନବରଙ୍ଗପୁର ର ଅଟୋ ମାଲିକ ଓ ଅଟୋ ଚାଳକ ମାନଙ୍କ ହିତ ଓ କଲ୍ୟାଣ ପାଇଁ କାର୍ଯ୍ୟ କରିବ ।