ନବରଙ୍ଗପୁରରେ ମାଣ୍ଡିଆ ଦିବସ ପାଳିତ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ଆଜି ଗୁରୁବାର ଦିନ ଓଡିଶା ମିଲଟ୍ ମିଶନ୍ ମିଶନ୍ ଶକ୍ତି,ଓଡିଶା ସରକାର ଓ ଡେମୋକ୍ରାଟିକ୍ ଆକ୍ସନ୍ ଏନ୍ ଜି ଓ ସଂସ୍ଥାର ମିଳିତ ଆନୁକୁଲ୍ୟରେ ଡାବୁଗାଁ ବ୍ଲକ କାର୍ଜ୍ୟାଳୟ ପରିସରରେ ମାଣ୍ଡିଆ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଉକ୍ତ କାର୍ଜ୍ୟକ୍ରମ କୁ ମୁଖ୍ୟ ଅତିଥି ରୁପେ ଡାବୁଗାଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଶରତ ମାଝୀ ପ୍ରଦୀପ ପ୍ରଜ୍ଵଳନ କରାଇ ନାଲି ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଉକ୍ତ କାର୍ଜ୍ୟକ୍ରମ ରେ ସିଡିପିଓ,ଏବିଡିଓ,ଏ ଏ ଓ,ତହସିଲଦାର,ସ୍ଥାନୀୟ ରପଞ୍ଚ୍(ଡଙ୍ଗରିଗୁଡା ଓ ଜୁନାପାଣି),ବି ଇ ଓ,ଜି ପି ଇ ଓ,ଉଦ୍ୟାନ ବିଭାଗ୍,ଆଇସିଡିଏସ୍ ସୁପରଭାଇଜର୍ ସ୍ଥାନୀୟ ଗଣମାଧ୍ୟମ ବନ୍ଧୁମାନେ ଉପସ୍ଥିତ ରହିଥିଲେ।ଉକ୍ତ କାର୍ଜ୍ୟକ୍ରମ ରେ ମା ସମଲେଶ୍ଵରୀ ସ୍ଵୟଂ ସହାୟୀକା ଗୋଷ୍ଟି ମା ମାନେ ମାଣ୍ଡିଆର ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ଯଥା-ଇଟିଲି,ଲଡୁ,ପକୁଡି,ଆରିସା,ହାଲୁଆ ଓ କ୍ଷିରି ପ୍ରଭ୍ରୁତି ତିଆରି କରି ଷ୍ଟଲରେ ପ୍ରଦର୍ଶନ କରାଇବା ସହ ସମସ୍ତ ଅତିଥି ମାନଙ୍କୁ ବଣ୍ଟନ କରି ଖାଇବାକୁ ଦେଇ ସ୍ଵାଦ ଚଖେଇ ଥିଲେ।ଆୟୋଜକ ସଂସ୍ଥାର ସମ୍ପାଦକ ସୁଶାନ୍ତ କୁମାର ଗରଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ଓଡିଶା ମିଲେଟ୍ ମିଶନର ବ୍ଲକ ସଞ୍ଜୋଜକ ଅଶୋକ୍ କୁମାର ଶତପଥୀ ମାଣ୍ଡିଆ ଦିବସ ମାର୍ଗଶୀର ମାସର ପ୍ରଥମ୍ ଗୁରୁବାର ପାଳନ ହେବା ବିଷୟ କହିବାସହ ମାଣ୍ଡିଆ ଜାତୀୟ୍ ଫସଲର ଉପକାରୀତା ଓ ଏହି ଖାଦ୍ୟର ଆବଶ୍ୟକତା ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ବୁଝାଇ ଜନସାଧାରଣଙ୍କୁ ଅବଗତ କରାଇଥିଲେ।ଏତଦ୍ ବ୍ୟତିତ ବହୁଳ ପରିମାଣରେ ମାଣ୍ଡିଆ ଚାଷ କରି ସରକାରଙ୍କ୍ ଠାରୁ ପ୍ରୋଛାହନ ରାଶି ପାଇ ଅଧିକ ଲାଭବାନ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ।ଏଥିରେ ସ୍ଥାନୀୟ ଜନ ସାଧାରଣ, କଲେଜ ଛାତ୍ର/ଛାତ୍ରୀ,ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମା ମାନେ ବିଜେଡି ବ୍ଲଜ ସଭାପତି ସୁରେନ୍ଦ୍ର ମିଶ୍ର,ପୁର୍ବତନ ସରପଞ୍ଚ୍ ତଥା ଡାବୁଗାଁ ପଞ୍ଚାୟତ ସଭାପତି ଜି ପ୍ରକାଶ ରାଓ ଙ୍କ ସହ୍ ବୁଧିଜିବି ମନେ ଉପସ୍ଥିତ ରହି ଉକ୍ତ କାର୍ଜ୍ୟକ୍ରମର ଉପାଦେୟତା ସମ୍ବନ୍ଧରେ ବୁଝିଥିଲେ।ଏଥିରେ ସଂସ୍ଥାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଜ୍ୟକ୍ରମକୁ ସଫଳ କରିଥିଲେ।ଆଜି ଡାବୁଗାଁ ର ସପ୍ତାହିକ ହାଟ ଥିବାବେଳେ ମାଣ୍ଡିଆ ରଥ ଡାକବାଜି ଯନ୍ତ୍ର ସାହାଜ୍ୟରେ ମାଣ୍ଡିଆ ଖାଦ୍ୟର ଗୁଣବତା ଉପରେ ସହର ପରିକ୍ରମା କରି ବ୍ୟାପକ ସଚେତନ କରାଇଥିଲା।ଉକ୍ତ କାର୍ଜ୍ୟକ୍ରମକୁ ବହୁଳ ପ୍ରଚାର ଓ ପ୍ରସାର କରି ସଫଳ କରାଇବା ପାଇଁ ଗୋଷ୍ଟି ଉନ୍ନୟନ ଅଧିକାରୀ ପରାମର୍ଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More