ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ରଜ ମହୋତ୍ସବ ପାଳିତ ନବରଙ୍ଗପୁର

40

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ରଜ ମହୋତ୍ସବ ୨୦୨୨, ପାଳିତ ହୋଇଯାଇଛି। ଓଡ଼ିଶା ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ରଜ ପର୍ବ ପାଳନ ଅବସରରେ ମହିଳା ମାନଙ୍କ ମଧ୍ୟରେ ମିଶନ ଶକ୍ତି ସଭା ଗୃହ ପରିସର ମଧ୍ୟରେ ଝୋଟି ଅଙ୍କନ, ଓଡ଼ିଆ ଘରର ପାରମ୍ପରିକ ପିଠା ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା ଏବଂ ରଜ ଦୋଳି, ରଜ ପାନ, ପଣା ର ବ୍ୟବସ୍ଥା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ରଧାନି, ସମ୍ମାନିତ ଅଥିତି ଭାବେ ମାନ୍ୟବର ଅଧ୍ୟକ୍ଷ ଜିଲ୍ଲାପରିଷଦ ଶ୍ରୀ ମୋତି ରାମ ନାୟକ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ, ଏସ. ସୁଶ୍ରୀ, ନବରଙ୍ଗପୁର ପୌରପାଳିକା ଅଧକ୍ଷ ଶ୍ରୀ କୁନୁ ନାୟକ, ଯୋଗଦେଇ ପୂଜ୍ୟ ପୂଜା ପୂର୍ବକ ରଜ ମହୋତ୍ସବର ଶୁଭ ଉଦ୍ଘାଟନ କରି ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ ପର୍ବ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ମହାନ୍। ଓଡ଼ିଶାର ପ୍ରାଚୀନ ପରମ୍ପରା କୁ ବଞ୍ଚାଇ ରଖିବା ସହିତ ଭେଦ ଭାବ ଭୁଲି ଭାଇଚାରା ସଂପର୍କକୁ ସୁଦୃଢ କରିବା ପାଇଁ ପାରମ୍ପରିକ ରିତି ନୀତିରେ ପର୍ବ ପର୍ବାଣୀ ପାଳନ କରିବା ସାମାଜିକ ଜୀବନରେ ଲୋକମାନଙ୍କ ମଧ୍ୟରେ ଏକତା ଓ ଭାଇଚାରା ସମ୍ପର୍କକୁ ସୁଦୃଢ଼ କରିଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରରେ ଅନୁଷ୍ଟିତ ଝୋଟି ଓ ପିଠା ପ୍ରତିଯୋଗିତାର କୃତି ପ୍ରତି ଯୋଗୀ ମାନଙ୍କୁ ବିଶିଷ୍ଟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ରାଧାନାଥ ବେହେରା, ଶ୍ରୀ ଅବନୀ ତ୍ରିପାଠୀ, ଡକ୍ଟର ବିଜୟ କୁମାର ମିଶ୍ର, ଶ୍ରୀ ବିଜୟ ଚୌଧୁରୀ, ଶ୍ରୀ ପ୍ରେମ ଚାନ୍ଦ ପଟନାୟକ, ଶ୍ରୀମତୀ ମନୋରମା ମାଝୀ, ଶ୍ରୀମତୀ ଜେମାମଣି ବିଶୋଇ, ଶ୍ରୀମତୀ ହେମଲତା ମାଝୀ, ଶ୍ରୀମତୀ ପ୍ରଭାସିନୀ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। ଏହି ସବୁ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ହଳଧର ନୀଆଳ ପରିଚାଳନା କରିଥିଲା ବେଳେ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ର ଶ୍ୟାମ ସୁନ୍ଦର ପୁଝାରୀ, ଦିଲ୍ଲୀପ କୁମାର ମଲ୍ଲିକ, ରାଜେନ୍ଦ୍ର ମାଝୀ, ବିଗ୍ନ ରାଜ ମାଝୀ, ନୀଳ କଣ୍ଠ ନାୟକ, ଏ. ସନ୍ତୋଷ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More