ନବରଙ୍ଗପୁରରେ କୋଭିଡ ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସରକାରଙ୍କ ନିର୍ଦ୍ଧେଶ କ୍ରମେ ସାରା ଦେଶରେ ୧୮ ରୁ ୫୯ ବର୍ଷ ବୟସ୍କ ସମସ୍ତ ନାଗରିକଙ୍କୁ ଆଜି ଠାରୁ କରୋନା ଟୀକାର ବୁଷ୍ଟର ଡୋଜ ଟୀକାକରଣ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି ମାଗଣା ଟୀକାକରଣ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର । ଆଜି ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ୭୫ ଦିନ ଅର୍ଥାତ ୨୭ ସେପ୍ଟେମ୍ବର ଯାଏଁ ଚାଲିବ । ଏଥିପାଇଁ ଜିଲ୍ଲାରେ ୪୩ ଟି ଟୀକାକରଣ କେନ୍ଦ୍ର କରାଯାଇଛି । ଜିଲ୍ଲାରେ ୧୮ ରୁ ୫୯ ବର୍ଷୀୟ ୭ ଲକ୍ଷ ୪୨ ହଜାର ୮୬ ଜଣ ବ୍ୟକ୍ତି ରହିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣ ର ଟୀକା ମହଜୁଦ ଥିବା ବେଳେ ସରକାର ଖୁବ ଶୀଘ୍ର ୨୦ ହଜାର ଟୀକା ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ଜିଲ୍ଲାରେ ୯ ଟି କରୋନା ଆକ୍ଟିଭ କେଶ ରହିଥିବା ବେଳେ ଦୈନିକ ୩୦୦ ରୁ ୪୦୦ ଟେଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More