ନବରଙ୍ଗପୁରରେ କାଗଜ ବିହୀନ ଅଦାଲତକୁ ଉଦଘାଟନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଆଜି ସାରା ଓଡ଼ିଶାର ୩୦ଟି ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲାରେ କାଗଜ ରହିତ କୋର୍ଟକୁ ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତୀ ଉଦୟ ଉମେଶ ଲଲିତ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରର ଏସ୍ ଡି ଜେ ଏମ୍ କୋର୍ଟକୁ କାଗଜ ରହିତ କୋର୍ଟ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ଆଜି ଓଡ଼ିଶା ଜୁଡିସିଆଲ ଏକାଡେମୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍ ମୁରଲୀଧର ସ୍ୱାଗତ ଭାଷଣ ଦେଇଥିଲେ। ସୁପ୍ରିମକୋର୍ଟ ର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ଡଃ ଡି. ୱାଇ. ଚନ୍ଦ୍ରଚୁଡ଼, ବିଚାରପତି ଏମ୍. ଆର୍. ସାହା ଓ ଓଡ଼ିଶାର ମୁଖ୍ୟ ଡାକପାଳ ଶୁଭେନ୍ଦୁ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ନବରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ପ୍ରଣତି ସାହା, ପରିବାର ଅଦାଲତ ବିଚାରପତି ଡଃ. ମୁନ୍ ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ଆଡହକ୍) ସଞ୍ଜୟ କୁମାର ସାହୁ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ଦାସ, ରେଜିଷ୍ଟ୍ରାର ସୁକାନ୍ତ କୁମାର ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଜନକ ରାଉତ, ଏସ୍. ଡି. ଜେ. ଏମ୍. ପ୍ରଜ୍ଞା ପଣ୍ଡା, ପ୍ରଥମ ଶ୍ରେଣୀ ବିଚାରପତି ରାଜଶ୍ରୀ ଆର୍ୟବାଳା ତ୍ରିପାଠୀ, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଆଇନଜୀବୀ ମୀନାକ୍ଷୀ ପାଢ଼ୀ, ରାଜ କିଶୋର ନାଗ, ସତୀଶ ନାୟକ, ଶ୍ୟାମ ପ୍ରସାଦ ମାଝୀ, ସୁରଜ ନାୟକ, କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ । କାଗଜ ରହିତ କୋର୍ଟ ଦ୍ୱାରା ଦୂରଦୂରାନ୍ତ ନିମ୍ନ କୋର୍ଟ ରୁ ଆସୁଥିବା ବିଭିନ୍ନ ମାମଲାର ନଥି ପତ୍ର ଉପର କୋର୍ଟରେ ଯଥା ଶୀଘ୍ର ପହଞ୍ଚିଯିବ । କୋର୍ଟରେ ଗଚ୍ଛିତ ରଖାଯାଉଥିବା ନଥିପତ୍ର ନଷ୍ଟ ହେବାରେ ଆଶଙ୍କା ରହିବ ନାହିଁ। ଏଥି ସହ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଅନେକ ସହାୟ ହେବବୋଲି ବକ୍ତା ମାନେ କହିଥିଲେ। ଶେଷରେ ଓଡିଶା ହାଇକୋର୍ଟର ବିଚାରପତି ଏସ୍. ତାଳପତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More