ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

12

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ନବ ନିର୍ମାଣ ଯୁବ ଛାତ୍ର ସଂଗଠନ, ଭଦ୍ରକ ସଙ୍ଘ ପକ୍ଷରୁ ଭଦ୍ରକରେ ସ୍ୱାସ୍ଥ୍ୟ ଅବସ୍ଥାର ସମସ୍ୟାକୁ ନେଇ ଆସନ୍ତା ୧୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି । ସେଥିପାଇଁ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଛି । ଏହି ସାମ୍ବାଦିକ ସମିଳନୀରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀଙ୍କ ସମେତ ଜିଲ୍ଲା ସଙ୍ଘର ସଦସ୍ୟମାନେ ଉପସ୍ଥିତ ରହିଥିଲେ । କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଲୋକମାନଙ୍କୁ ଯେଉଁ ସବୁ ସୁବିଧା ଯୋଗାଇ ଦେବା କଥା କିନ୍ତୁ ସେସବୁ କାଗଜ କଲମରେ ସୀମିତ ହୋଇ ରହିଛି ବୋଲି ଅଭିଯୋଗ କରିଛନ୍ତି ନବ ନିର୍ମାଣର ଛାତ୍ର ଯୁବ ସଂଗଠନ. ସେହିପରି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଭଦ୍ରକଠାରେ ଆସନ୍ତା ୧୩ ତାରିଖରେ ବିକ୍ଷୋଭ ଆରମ୍ଭ ହେବ । ଯଦି ରାଜ୍ୟ ସରକାର ଆମ ଦାବି ନଶୁଣନ୍ତି ତାହା ହେଲେ ଆଗାମୀ ଦିନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛି ନବନିର୍ମାଣର ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More