ଭଦ୍ରକ( ସଂଘର୍ଷ ମିଡିଆ ) -କରୋନାକୁ ଆଳ ଦେଖାଇ ଜିଲ୍ଲା ବାସିଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁ ନାହିଁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ସମଗ୍ର ଜିଲ୍ଲା ରେ ଚିକିତ୍ସା ବ୍ୟବସ୍ଥା ଏକ ପ୍ରକାର ଠପ ହୋଇଯାଇଛି । ତେବେ ଏ ନେଇ 10ଦଫା ଦାବୀ ନେଇ ମୁଖ୍ୟ ଚିକିତ୍ସାଲୟର ବିଭିନ୍ନ ସମସ୍ୟIକୁ ନେଇ ନବନିର୍ମାଣ ଯୁବଛାତ୍ର ସଂଗଠନ ଆନ୍ଦୋଳନ କୁ ଓଲ୍ଲାଇଛି । କଲେଜ୍ ଛକରୁ ଏକ ରାଲିରେ ଆସି ମୁଖ୍ୟ ଚିକିତ୍ସାଲୟ ପରିସରରେ ଛାତ୍ର ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି. ମେଡିକାଲ ରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ, କରୋନା ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ସାଧାରଣ ରୋଗୀ ଚିକିତ୍ସା ନ ପାଇ ବହୁ ରୋଗୀ ଅସୁବିଧାର ଶମ୍ବୁଖୀନ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ କରିଛି ଛାତ୍ର ସଂଗଠନ। ମେଡିକାଲରେ ICU,ଭେଣ୍ଟିଲେଟର ରୋଗୀଙ୍କ ପାଇଁ ବେଡ଼ ଠିକ୍ ଭାବେ ନଥିବାରୁ ରୋଗୀ ମାନଙ୍କୁ ଏଠାରେ ଚିକିତ୍ସା ନକରି ଡାକ୍ତର କଟକ ରେଫର କରିଦେଉ ଥିବାରୁ ଗରିବ ରୋଗୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ରାଜ୍ୟ ସରକାର କରୋନା ମହାମାରୀ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଥିଲେ, ତାହା କେବଳ କାଗଜ କଲମ ରେ ସୀମିତ ରହିଛି. ଅନ୍ୟ ପକ୍ଷରେ କରୋନା ମହାମାରୀ ସମୟରେ କରୋନା ଆଳରେ ଡାକ୍ତର ଙ୍କ ଚିକିତ୍ସା ଅବହେଳା ରୁ ଅନେକ ଜୀବନ ଯାଇଥିବାବେଳେ, ଡାକ୍ତର ଙ୍କୁ କରୋନା ଯୁଦ୍ଧା ଘୋଷଣା କରିବା, ତାହା ସମ୍ପୂର୍ଣ ଭାବେ ବିଫଳ ହୋଇଛି ବୋଲି କହିଛି ଛାତ୍ର ସଂଗଠନ । ତେବେ ଏଭଳି ସ୍ଥିତିରେ ଭଦ୍ରକ ମୁଖ୍ୟଚିକିତ୍ସାଲୟ ଏବେ ବିଭିନ୍ନ ସମସ୍ୟ। ଦେଇ ଗତି କରୁଥିବା ବେଳେ,ସମଗ୍ର ଜିଲ୍ଲା ରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରମୁଖ ଦାବୀ ମଧ୍ୟରୁ ଭଦ୍ରକ ମୁଖ୍ୟଚିକିତ୍ସାଲୟ ଉପରେ ୩ଟିପୋଡ଼ସି ଜିଲ୍ଲା ର 16ଲକ୍ଷ ଲୋକ ନିର୍ଭର କରୁଥିବା ବେଳେ,ଅଧିକାଂଶ ଡାକ୍ତରପଦବୀ ଖାଲି ପଡିଛି, ରକ୍ତଭଣ୍ଡାର ରେ ରକ୍ତ ର ଅଭାବ, ଚିକିତ୍ସାଲୟ ରେ ଆଇ, ସି, ୟୁ, ଓ ଭେଣ୍ଟିଲେଟର ବ୍ୟବସ୍ଥା ନାହଁ, ନିଯୁକ୍ତି ପାଇଥିବା ସରକାରୀ ଡାକ୍ତର ଡାକ୍ତରଖାନାରେ ନ ଚିକିତ୍ସା ନ କରି, ଘରୋଇ ଚିକିତ୍ସାଲୟରେ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ବହିଷ୍କାର ଦାବୀ କରାଯାଇଛି. ଯଦି ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରନ୍ତି, ଆଗାମୀ ଦିନରେ ନବନିର୍ମାଣ ଛାତ୍ର ସଂଗଠନ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କୁ ନେଇ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।