କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲଦାର ଓ କୃଷକ ନେତା, ଚାଷୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଘଟଣାକୁ ନେଇ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରାପଡ଼ା ଜିଲ୍ଲା ଉପଦେଷ୍ଟା ଦାସରଥୀ ସାହୁଙ୍କ ସମେତ ବହୁ କୃଷକ ନେତା ଓ ସାଧାରଣ ଚାଷୀମାନେ ଏକତ୍ର ହୋଇ ଜନ ଜାଗରଣ ପଦଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। । ଏହି ଜନଜାଗରଣ ପଦଯାତ୍ରା ତିନୋଟି ପଞ୍ଚାୟତ ବଡମହନପୁର, ବଡପଡା ଓ ଦିହୁଡିପୂର ପଞ୍ଚାୟତ ବୁଲିବା ସହିତ ତହସିଲଦାର ଦିଲ୍ଲୀପ କୁମାର ସେଠିଙ୍କ ବିରୋଧରେ ନାରାବାଜି ଦେଇଥିବା ଦେଖିବାକୁ ମିଳିଛି। ଏହି ପଦଯାତ୍ରା ମାଧ୍ୟମରେ ପଟ୍ଟାମୁଣ୍ଡାଇର ସମସ୍ତ ଚାଷୀମାନଙ୍କୁ ଏକାଠି କରିବା ପାଇଁ ଆହ୍ୱାନ ଦେଇ କହିଥିଲେ ଆପଣମାନେ ଆସନ୍ତୁ ଆମ ସ୍ବର ସହିତ ସ୍ବର ମିଶାନ୍ତୁ ରାଜ୍ୟ ଓ ଜିଲ୍ଲା, ବ୍ଲକରେ ଚାଲିଥିବା ଅନ୍ଧାରି ଶାସନ କବଳରୁ ଚାଷୀମାନଙ୍କ ହକ ଛଡ଼ାଇ ନିଅନ୍ତୁ। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)