କଟକ(ସଂଘର୍ଷ ମିଡିଆ) : – ଜଣେ ମା ପରିବାର ପ୍ରତି ପୋଷଣରେ ଅସୁବିଧା ପାଇଁ ତାର ନବଜାତ ଶିଶୁ ପୁତ୍ରକୁ ଅନ୍ୟ ଲୋକକୁ ଦାନ କରିଥିବା ଥିବା ବେଳେ ଏହି ଶିଶୁ ପୁତ୍ରକୁ ଟଙ୍କା ନେଇ ବିକ୍ରି କରିଥିବା ସ୍ଥାନୀୟ ଲେକେ ଅଭିଯୋଗ କରିଛନ୍ତି । ଏଭଳକି ଏକ ସମ୍ବେଦଶୀଳ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚସରଙ୍ଗ ଗ୍ରାମରେ । ଏହି ଗ୍ରମରେ ଗତ କିଛି ବର୍ଷ ହେବ ବିଜୟ ପଣ୍ଡା ଓ ତାଙ୍କ ସ୍ତ୍ରୀ ପ୍ରତିମା ପଣ୍ଡା ବାହାରୁ ଆସି ଭଡ଼ା ଘରେ ରହୁଥିଲେ। ତାଙ୍କର ପୁର୍ବରୁ ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବାବେଳେ ଗତ ନଭେମ୍ବର ୨୫ତାରିଖ ଦିନ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଜନ୍ମ ହେବାପରେ ଏହି ଶିଶୁ ପୁତ୍ରକୁ ପାରାଦୀପ ଅଞ୍ଚଳର ଜଣେ ସମ୍ପର୍କୀୟ ସେ ନିସନ୍ତାନ ଥିବାରୁ ତାଙ୍କୁ ଦାନ କରିଦେଇଥିଲେ । ଅନ୍ୟପଟରେ ଏହି ଶିଶୁ ପୁତ୍ରକୁ ଟଙ୍କା ନେଇ ବିକ୍ରି କରିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଆଜି ଖବର ପାଇ ବ୍ଲକ ମହିଳା ଶିଶୁ ବିକାଶ ଅଧିକାରୀ ପକ୍ଷରୁ ତଦନ୍ତ ଜାରି ରହିଛି।