ନବଜାତ ଶିଶୁର ମୃତଦେହ ଉଦ୍ଧାର

13

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଇଚିଣ୍ଡା ଗ୍ରାମ୍ ଗିରିଶ କବାଡି ଦୋକାନ ପାଖରେ ଏକ ନବଜାତ ଶିଶୁର ମୃତଦେହକୁ ୩ଟି କୁକୁର ଝୁଣୁଥିବା ମୃତଦେହ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଇଚିଣ୍ଡା ଗ୍ରାମର ଗିରିଶ କବାଡି ଦୋକାନ ନିକଟରେ ୩ଟି କୁକୁର ଏକ ନବଜାତ ଶିଶୁର ମୃତଦେହକୁ ଗିରିଶ କବାଡି ମାଲିକ ଗିରିଶଙ୍କ ସହ ଗ୍ରାମବାସୀ ଦେଖି ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେଇଥିଲେ । ଶିଶୁଟିକୁ ଖଣ୍ଡିଆ ଖାବରା କରି ଅଧା ପୁଣି ଖାଇ ଦେଇଥିଲେ । ପୋଲିସ ଆସି ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି । ମଣିଷ ଛୁଆଟିଏ ପାଇଁ ଡହଳ ବିକଳ ହେଉଛନ୍ତି ହେଲେ ଏହି ଅମାନୁଷିକ ମଣିଷ କାହିଁକି ଛୁଆଟିକୁ ମାରି ଦେଇ ଫୋପାଡି ଦେଇଥିଲା । ଛୁଆଟି କେଉଁଠୁ ଆସିଲା,କିଏ ଆଣିଥିଲା, କାହିଁକି ଏକ ପରିତ୍ୟକ୍ତ ସ୍ଥାନରେ ଫୋପାଡି ଦେଲା ,ଛୁଆଟିର ମାତାପିତା କିଏ? ତେଣୁ ପୋଲିସ ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More