ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ଅବସରରେ ହରିଅନ୍ତା ପଂଚାୟତରେ ପ୍ରଭାତଫେରି

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଆଜି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ 121ତମ ଜୟନ୍ତୀ ଅବସରରେ କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ଗ୍ରାମରେ ମଦମୁକ୍ତି ଯୁବବାହିନୀ ଯୁବକମାନଙ୍କ ଦ୍ୱାରା ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା। ନବକୃଷ୍ଣ ଚୌଧୁରୀ ଥିଲେ ସାଧାରଣ ମଣିଷର ବ୍ୟଥାକୁ ଅନୁଭବ କରିପାରୁଥିବା ସତସତିକା ମଣିଷ ଟିଏ। ଯିଏ ଚଷାକୁ ସମ୍ମାନ, ଭାଷାକୁ ପ୍ରାଧାନ୍ୟ ଓ ନିଶାକୁ ସମ୍ପୁର୍ଣ୍ଣ ବର୍ଜ୍ଜନ କରିବା ନିମନ୍ତେ ପ୍ରକୃତରେ କାର୍ଯ୍ୟ କରିଥିଲେ। ତାଙ୍କର ସ୍ୱାଭିମାନ ଓଡିଶା ପ୍ରତେକ ଯୁବକ ମାନଙ୍କୁ ଆଜିର ମିଛ ଓ ପ୍ରବଞ୍ଚକ ଶାସକ ମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିମନ୍ତେ ପ୍ରେରଣା ପାଇଁ ମଦମୁକ୍ତି ଯୁବବାହିନୀ ତରଫରୁ ପ୍ରତକାତ୍ମକ ରୂପେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରଭାତଫେରି ଆୟୋଜନ କରାଯାଇଛି।କାର୍ଯ୍ୟକ୍ରମ ରେ ବିଶିଷ୍ଟ ମଦ ଆନ୍ଦୋଳନ ମୋନାର କାର୍ଯ୍ୟକର୍ତ୍ତା ପ୍ରିୟନାଥ ଆଚାର୍ଯ୍ୟ, ମଦମୁକ୍ତି ଯୁବବାହିନୀର ରାଜ୍ୟ ସଂଯୋଜକ ଲଲାଟେନ୍ଦୁ ପାତ୍ର, କଟକ ଜିଲ୍ଲା ସଂଯୋଜକ ଆତିଶ ରାଉତ ଙ୍କ ସହିତ ରମଣ ରଞ୍ଜନ ମୁଦୁଲି, ପଙ୍କଜ ପୃଷ୍ଟି, ଦେବାଶିଷ ଜେନା,ଦିଲ୍ଲୀପ ସାହୁ,ସମୀର ଦାସ,ସନ୍ତୋଷ ପ୍ରଧାନ, ସୁରେଶ ପ୍ରଧାନ, ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ 30ରୁ ଉର୍ଦ୍ଧ୍ବ ଯୁବ କାର୍ଯକର୍ତ୍ତା ଯୋଗଦେଇଥିଲେ। କଟକ ଜିଲ୍ଲା ହରିଅନ୍ତାରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More