ନଦୀରେ ଭାସିଯାଇ ଯୁବତୀ ମୃତ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚଚା ପଂଚାୟତ ଅଧୀନରେ ଥିବା ଜବାଗୁଡା ଗ୍ରାମ ର ୭ନମ୍ବର ୱାର୍ଡ ରେ ଏକ ଦୁଖଃଦ ଘଟଣା ଘଟିଯାଇଛି l ନଦୀରେ ଭାସିଯାଇ ଏକ ଯୁବତୀଙ୍କ ମୃତ୍ୟୁଘଟିଛି ଓ ଚଚା ପଂଚାୟତ ରେ ବିଷାଦ ର ଛାୟା ଖେଳେଇ ଦେଇଛି l ମିଳିଥିବା ସୂଚନା ଅନୁସାରେ ଗଵଗୁଡା ଗ୍ରାମ ର ୭ନମ୍ବର ୱାର୍ଡର ମାନସାଏ ଯାନୀଙ୍କ ସବୁଠୁ ସାନ ଝିଅ ତୁଳାବତୀ ଯାନୀ (୨୦) ଗତକାଲି ନିଜ ପରିବାର ସଦସ୍ୟଙ୍କ ସହ ନଦୀ ଆରପାରିରେ ଥିବା ବିଲକୁ କାମ କରିବାକୁ ଯାଇଥିଲେ l ପରିବାରର ଅନ୍ୟ ସଦସ୍ୟ ମାନେ କାମସାରି ଶୀଘ୍ର ଫେରିଥିଲେ, ହେଲେ ତୁଳାବତୀ ଆସିବାରେ ବିଳମ୍ବ ହୋଇଥିବାରୁ ଘର ଲୋକେ ଝିଅ ସନ୍ଧ୍ୟା ସୁଦ୍ଧା ଫେରିବ ଭାବି ଚୁପ ରହିଥିଲେ l ତେବେ ଝିଅ ସନ୍ଧ୍ୟାରେ ବି ଘରକୁ ଫେରିଲା ନାହିଁ, ପରିବାର ସଦସ୍ୟ ଓ ସମ୍ପର୍କୀୟ ସମସ୍ତେ ଇତସ୍ତତଃ ହୋଇ ଖୋଜିବାକୁ ଲାଗିଲେ l ବହୁତ ଖୋଜାଖୋଜି କଲା ପରେ ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଗାଁ ଠାରୁ ୫ କିଲୋମିଟର ଦୂରରେ ଥିବା ମୋତିବନ୍ଧଗୁଡା ଛକ ଠାରୁ ଅଳ୍ପ ଦୂରରେ ଥିବା କୃଷ୍ଣପଡା କୂଳରେ ଶବ ଲାଗିରହିଥିବା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଏବଂ ଝରୀଗାଁ ପୋଲିସକୁ ଜଣେଇ ଥିଲେ l ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲେ। ଝରୀଗାଁରୁ ଶବ ବାହକ ଗାଡି ଯୋଗେ ଶବଟିକୁ ଝରୀଗାଁ ନିଆ ଯାଇଥିଲା l ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବାନେଇ ଝରୀଗାଁ ପୋଲିସ ସୂଚନା ଦେଇଛି।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ୍ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More