ନଦୀରେ ବୁଡି ଦୁଇ ଯୁବକ ମୃତ୍ୟୁ

11

Get real time updates directly on you device, subscribe now.

ନିଶ୍ଚିନ୍ତକୋଇଲି ( ସଂଘର୍ଷ ମିଡିଆ ) : ଗାଧେଇବାକୁ ଯାଇଥିବା ବେଳେ ଲୁଣା ନଦୀରେ ବୁଡି ଦୁଇ ଯୁବକ ମୃତ୍ୟୁ ବରଣ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗାଁରେ । ଉକ୍ତ ଗାଁର ୪ ଜଣ ଯୁବକ ଆଜି ମଧ୍ୟାନ୍ନ ସମୟରେ ଗାଁ ପାଖରେ ଥିବା ଲୁଣା ନଦୀକୁ ଗାଧେଇବା ପାଇଁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ୨ ଜଣଙ୍କ ଗୋଡ ଖସି ଯାଇଥିଲା । ଯାହାଫଳରେ ସେମାନେ ବୁଡିଯାଇଥିଲେ । ନଦୀରେ ଗାଧୋଉଥିବା ଅନ୍ୟଦୁଇ ଜଣ ସାଙ୍କ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେବରୁ ଗାଁ ଲୋକଙ୍କୁ ଡାକିଥିଲେ । ଗାଁ ଲୋକ ଉଦ୍ଧାର କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଁ ଲୋକ ଜଣଙ୍କୁ ଉଦ୍ଧାର କରିସାରିଥିଲେ । ଦମକଳ ବାହିନୀ ଅନ୍ୟ ଜଣଙ୍କୁ ଉଦ୍ଧାର କରିଥିଲେ । ଏହପରେ ଦୁଇ ଜଣଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ହେଉଛନ୍ତି ଗୋପାଳପୁର ଗାଁର ନବକିଶୋର ପାଳଙ୍କ ପୁଅ ଜିତେନ୍ଦ୍ର ପାଳ (୨୨) ଓ ସୁକଦେବ ସାମଲଙ୍କ ପୁଅ ଲିଟୁ ସାମଲ (୨୧) ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More