ନଦୀବନ୍ଧ ଜବରଦଖଲ କରି ବେଆଇନ ଭାବେ ଘର ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

15

Get real time updates directly on you device, subscribe now.

ବଡ଼ମ୍ବା(ସଂଘର୍ଷ ମିଡିଆ) : – ତହସିଲ ଅନ୍ତର୍ଗତ ଗମେଇ ଗ୍ରାମରେ କିଛି ବ୍ୟକ୍ତି ସରକାରୀ ଜମି ନଦୀବନ୍ଧ ଜବରଦଖଲ କରି ବେଆଇନ ଭାବେ ଘର ନିର୍ମାଣ କରିଥିବାରୁ ଗ୍ରାମବାସୀ ସମୁହ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଦୀ କୁଳିଆ ଅଞ୍ଚଳ ହେତୁ ବନ୍ୟା ବାତ୍ୟା ଜନିତ ଭୟ ସୃଷ୍ଟି ହେଉଥିବା ନେଇ ଗ୍ରାମବାସୀ ମିଳିତ ଭାବେ ଗ୍ରାମସଭା ଜରିଆରେ ଜବରଦଖଲ ଉଚ୍ଛେଦ ପାଇଁ ଚେଷ୍ଟା କରି ବିଫଳ ହେବାରୁ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ବାରମ୍ବାର ଗ୍ରାମସଭା କରାଯାଇ ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦେଇ ଜବରଦଖଲକାରୀ ମାନେ ଜମି ନଦୀବନ୍ଧ ଜବରଦଖଲ ଉଚ୍ଛେଦ କରୁନାହାନ୍ତି । ଦୀର୍ଘ ଦିନ ଧରି ଗ୍ରାମବାସୀ ମାନେ ବାରମ୍ବାର ବଡ଼ମ୍ବା ତହସିଲଦାର, ଇରିଗେସନ୍ ବିଭାଗର ଜେଇ, ଏସଡିଓଙ୍କୁ ଲିଖିତ ଅଭିଯୋଗ କରି ବାରମ୍ବାର ସାକ୍ଷାତ କରି ଦାବି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ସୁଫଳ ମିଳିପାରୁନାହିଁ । ତହସିଲଦାର ନାମକୁ ମାତ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନୋଟିସ ଜାରି କରିଦେଇ ନିରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଉଦବେଗ ପ୍ରକାଶ କରିଛନ୍ତି । ତହସିଲଦାର ବାରମ୍ବାର ସମୟ ଗଡ଼ାଇ ଚାଲିଥିବା ବେଳେ ଗତ ମାର୍ଚ୍ଚ ମାସରେ ଉଛେଦ ପାଇଁ ନୋଟିସ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । କିଛି ଦିନ ତଳେ ଗ୍ରାମବାସୀ ସମୁହ ଭାବେ ତହସିଲଦାରଙ୍କୁ ଭେଟିଥିଲେ । ଆଜି ତହସିଲଦାର, ଇରିଗେସନ୍ ବିଭାଗର ଜେଇ ଏସଡିଓଙ୍କ ଉପସ୍ଥିତିରେ ଗ୍ରାମରେ ସାଧାରଣ ସଭା କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ନେଇ ଆଜି ଗମେଇ ଗ୍ରାମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଇରିଗେସନ୍ ବିଭାଗର ଜେଇ ପଞ୍ଚାନନ ସାହୁ, ଦାଶବାବୁ ଉପସ୍ଥିତ ଥିଲେ ମାତ୍ର ତହସିଲଦାର ଅନୁପସ୍ଥିତ ରହିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା । ସଭାରେ ବିସ୍ତୃତ ଆଲୋଚନା ପରେ ଜବରଦଖଲକାରୀଙ୍କୁ ଉଛେଦ ପାଇଁ ସାତ ଦିନର ସମୟ ଦିଆଯାଇଛି । ଯଦିଓ ସେମାନେ ଏଥିରେ ଅସହଯୋଗ କରନ୍ତି ତେବେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଜେଇ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଗଲେ ବା ସମୟସୀମା ମଧ୍ୟରେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଗ୍ରାମବାସୀ ସମୁହ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More