ନଟରାଜ ନୃତ୍ୟ ପରିଷଦ ପକ୍ଷରୁ ଓଡିଶୀ ନୃତ୍ୟ ମହୋତ୍ସବ ଉଦଯାପିତ

31

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ରାଉରକେଲା ସେକ୍ଟର୍-୧୯ ସ୍ଥିତ ସିଭିକ୍ ସେଣ୍ଟର ନଟରାଜ ନୃତ୍ୟ ପରିଷଦ ଓ ନଟରାଜ ଥିଏଟର ମିଳିତ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଓ ଭାରତୀୟ ସଂସ୍କୃତି କଳା ଦର୍ପଣ ସମ୍ମାରୋହ -୨୦୨୨ ଉଦାଯାପିତ ହୋଇଯାଇଛି। ଏହି ଉଦାଯାପନି ଉତ୍ସଵରେ ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ଯକ୍ତ କରିଛନ୍ତି । ନଟରାଜ ନୃତ୍ୟ ପରିଷଦ ଓ ନଟରାଜ ଥିଏଟର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଉରକେଲା ଇସ୍ପାତ କାରଖାନା ଓ ସର୍ବଭାରତୀୟ ଥିଏଟର ପରିଷଦର ମିଳିତ ଆନୁକୂଲ୍ୟରେ ତଥା ଅନୁଷ୍ଠାନର ଅଧ୍ୟକ୍ଷ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା ରେ ସିଭିକ ସେଣ୍ଟର୍ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ମହାପାତ୍ର ଏହା କହିବା ସହ ଓଡିଶୀ ଓଡିଶା ପାଇଁ ଖ୍ୟାତି ଆଣିଥିବା ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଖ୍ୟାତିସଂପନ୍ନ ଓଡିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର ଯୋଗଦେଇ ଓଡିଶୀ ନୃତ୍ୟର ସୃଷ୍ଟି ଓ କ୍ରମବିକାଶ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ,ପୂଜା ଗୁରୁ ସାରଦା ଦାସ,ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଧଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଳ ଲାକ୍ରା, ଡାକ୍ତର ରାମଚନ୍ଦ୍ର ମେହେର ଓ ଡଃ ସମର ମୁଦାଲି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଗୁରୁ ଦୁର୍ଗାଚରଣ ରଣବୀର ଓ ଶରତଚନ୍ଦ୍ର ଧଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More