ମାଲକାନଗିରି(ସଂଘର୍ଷ ମିଡିଆ) : -ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ଏମ୍ ପି-୮୮ ଏନ୍ ୟୁପିଏସ୍,ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସର୍ଦ୍ଦାରଙ୍କ ନେତୃତ୍ବରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ଭାରତ ସ୍ଵାଧିନତାର ୭୫ତମ ଜୟନ୍ତୀର ଗୈାରବ ମୟ ଘଟଣାକୁ ପ୍ରଚାର ପ୍ରସାର କରିଥିଲେ ।ଦିନେ ଯେଉଁ ଅଞ୍ଚଳରେ ମାଓବାଦୀଙ୍କ କ୍ରାନ୍ତି କାରୀ ମଶାଲ୍ ର ଶୋଭାଯାତ୍ରା ବାହାରି ଲୋକଙ୍କ ସ୍ବାଧୀନତା ଦିବସରେ ଲୋକଙ୍କ କଣ୍ଠୋରୋଧ କରାଯାଇ କଳା ଦିବସ ପାଳନ କରାଯାଉଥିଲା ।ସେହି ଅଞ୍ଚଳରେ ଆଜି ଘରେ ଘରେ ତ୍ରିରଙ୍ଗା ପତାକା ଉଠିବାର ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ବିଦ୍ୟାଳୟ ତରଫରୁଏଭଳି ଏକ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିବା ଯୋଗୁଁ ସମଗ୍ର ଅଞ୍ଚଳରେ ଆନନ୍ଦର ଲୋହାରୀ ଖେଳିଯାଇଥିଲା ଏବଂ ଏଥିରେ ସାଧାରଣ ଜନତା, ଅବିଭାବକ ଓ ଶିକ୍ଷାପ୍ରେମୀ ମାନେ ବହୁଳ ଭାବରେ ସାମିଲ୍ ହୋଇଥିବା ଜଣାଯାଏ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଭୂଦେବ କିର୍ତ୍ତନୀଆ,ସମୀରନ୍ ମଣ୍ଡଳ,ଜୟଦେବ ସର୍ଦ୍ଦାର, ମଧୁସ୍ମିତା ନାୟକ, ରଶ୍ମିତା ମଜୁମଦାର ଓ ସୁନିତା ସେଠୀ ପ୍ରମୁଖ ଯୋଗଦାନ କରି ଭାରତୀୟ ସ୍ବାଧୀନତା ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ପିଲା ମାନଙ୍କୁ ବୁଝାଇ ଥିଲେ। ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।