ନକଲି ହାଉସ ହୋଲ୍ଡ ନମ୍ବର ପ୍ଳେଟ ଠକେଇ ଘଟଣାର ତଦନ୍ତ କେବେ ? ସନ୍ଦେହ ଘେରରେ ଡିସିପିଓଙ୍କ ଭୂମିକା

12

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : — ଜିଲ୍ଲାର ବିଭିନ୍ନ ବ୍ଲକର ଅଙ୍ଗନୱାଡ଼ି କର୍ମୀ ଓ ସରପଞ୍ଚ ମାନଙ୍କ ଦ୍ଵାରା ଏକ ପ୍ରାଇଭେଟ ସଂସ୍ଥା ଲୋକଙ୍କୁ ଏକ ନକଲି ହାଉସ୍ ହୋଲ୍ଡ ନମ୍ବର ପ୍ଳେଟ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକାମୀ କରିଥିବା ଅଭିଯୋଗ ହୋଇଛି । ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥାହେଲା ଏଥିରେ ଜିଲ୍ଲାର ଏକ ଅଧିକାରୀଙ୍କ ଭୂମିକା ମଧ୍ୟ ସିଧାସଳଖ ସନ୍ଦେହ ଘେରକୁ ଆସିଛି।ଯଦିଓ ନମ୍ବର ପ୍ଳେଟ ଗୁଡିକ ଏକ ସଚେତନତା ବାର୍ତ୍ତା ଅଟେ ତାହା ସାଧାରଣ ଗରିବ ଲୋକଙ୍କୁ ଦେଇ ଟଙ୍କା ଅସୁଲ କରାଯାଇଛି। ଏହା ସଂପୂର୍ଣ୍ଣ ଭାବେ ଜିଲ୍ଲାରେ ଏକ ବଡ ସ୍କାମ ଭାବେ ଲୋକଲୋଚନକୁ ଆସିଛି। ଏହି ଘଟଣାରେ ସାଧାରଣ ଲୋକମାନଙ୍କ ସହିତ ଘଟିଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି। ସୂଚନାନୁସାରେ ,ଉକ୍ତ ନମ୍ବର ପ୍ଲେଟରେ ସ୍ୱଚ୍ଛ ଗାଁ ନିର୍ମଳ ଗାଁ, ଝିଅ ପଢାନ୍ତୁ-ଝିଅ ବଞ୍ଚାନ୍ତୁ ଆଦି ସଚେତନତା ବର୍ତ୍ତା ରହିଛି ମାତ୍ର ସୁବର୍ଣ୍ଣପୁର ଜିଲ୍ଲା ର ଶିଶୁ ସୁରକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୭୫୭/ଡିସିପିୟୁ/ତା ୭.୧୨.୨୦୨୨ରେ ଜିଲ୍ଲାର ବିଡିଓ ଏବଂ ସିଡ଼ିପିଓମାନଙ୍କ ଜରିଆରେ ଲୋକଙ୍କୁ ଏହି ନମ୍ବର ପ୍ଳେଟ ଦିଆଯିବା ଦାୟିତ୍ଵ ନ୍ୟସ୍ତ କରି ଏକ ପତ୍ର ଲେଖିଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ବିଡିଓମାନେ ସରପଞ୍ଚମାନଙ୍କୁ ଏବଂ ସିଡ଼ିପିଓମାନେ ଅଙ୍ଗନୱାଡି କର୍ମୀଙ୍କୁ ଏହି ହାଉସ ହୋଲ୍ଡ ନମ୍ବର ପ୍ଳେଟ ଦେଇ ପ୍ରତି ଗାଁର ପରିବାର ପିଛା ୩୦ଟଙ୍କା ଅସୁଲି କରିବାକୁ ପତ୍ର ଦିଆଯାଇଥିବା ଅଭିଯୋଗ ହୋଇଥିଲେ ହେଁ କେଉଁଠି କେଉଁଠି ୫୦ରୁ ୧୦୦ଟଙ୍କା ମଧ୍ୟ ନିଆଯାଇଥିବାର ଅଭିଯୋଗ ହୋଇଛି। ଏହି ଜିଲ୍ଲାର ଖାରୀ ଗ୍ରାମର ସତ୍ୟ ନାରାୟଣ ରଥ ଏହି ନମ୍ବର ପ୍ଳେଟ ଉପରେ ସନ୍ଦେହ ପ୍ରକଟ କରି ସେ ଏହି ଘଟଣା ସମ୍ପର୍କରେ ଆମ ଆଦମୀ ପାର୍ଟିର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସୁରେଶ କଲତାଙ୍କୁ ଫୋନରେ କହିଥିଲେ। ଶ୍ରୀ କଲତା ଏହି ଘଟଣାକୁ ସୁବର୍ଣ୍ଣପୁର ଡିସିପିଓଙ୍କୁ ପରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଏକ ପ୍ରାଇଭେଟ କମ୍ପାନୀକୁ ଅନୁକମ୍ପା ଦେଖାଇ ଏ ଭଳିଏକ ବେଆଇନ କାମ କରାଯାଇଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି । ଅନ୍ୟପକ୍ଷରେ ଏହି ଘଟଣା ବିବାଦ ଘେରରେ ଥିବା ଜଣା ପଡିବା ପରେ ସୁବର୍ଣ୍ଣପୁର ଡିସିପିଓ ତରବରିଆ ଭାବେ ପୂର୍ବ ପତ୍ରକୁ ଗତ ପତ୍ର ସଂଖ୍ୟା ୨୯୭/ଡିସିପିୟୁ/ତା ୪.୫.୨୦୨୩ରେ ବାତିଲ କରି ଜିଲ୍ଲା ବିଡିଓ ଓ ସରପଞ୍ଚମାନଙ୍କୁ ପତ୍ର କରିବା ଘଟଣା ଆଶ୍ଚର୍ଯ୍ଯାନ୍ନିତ କରିଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଡିସିପିଓ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ହୋଇଥିବା ବେଳେ ବିଡିଓ ଓ ସିଡିପିଓମାନେ ଚିଠିକୁ ଅତ୍ୟଧିକ ଗୁରୁତ୍ଵ ଦେବା ପ୍ରସଙ୍ଗ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହା ଜିଲ୍ଲାର ଗ୍ରାମଞ୍ଚଳରେ ଗରିବ ଲୋକମାନଙ୍କ ମଧ୍ୟରେ ଘଟିଥିବା ଠକେଇ ପରି ସମ୍ବେଦନଶୀଳ ଘଟଣାର ସରଜମିନ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ କଲତାଙ୍କ ସହିତ ଉପସଭାପତି ପୃଥ୍ବୀରାଜ ଜଗଦଲା, ମାଧବ କୁମ୍ଭାର, ଘନଶ୍ୟାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More