ନକଲି ସୁନା ଶଙ୍ଖ ଓ ଟଙ୍କା ସହ ଜଣେ ବ୍ୟକ୍ତି ଗିରଫ

29

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – – ପାପଡାହାଣ୍ଡି ପୋଲିସ କୁ ମିଳିଲା ବଡ ସଫଳତା ! ଆଜି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ କୁମାର ସେନ ପ୍ରେସ ମିଟ କରି ସୁଚନା ଦେଇଥିଲେ ଯେ ଆଜି ପାପଡାହାଣ୍ଡି ପୋଲିସ , ଏକ ନକଲି ସୁନାଶଙ୍ଖ ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି | ଗିରଫ ବ୍ୟକ୍ତି ଙ୍କ ଠାରୁ ୮୧୦୦୦ ଟଙ୍କା ଜବତ କରିଛି ପାପଡ଼ାହାଣ୍ଡି ପୋଲିସ l ଘଟଣା ପ୍ରକାରେ ଶୁକଦାସ ଗଙ୍ଗା ସାଗର ଯାହାଙ୍କ ଘର ଗରଦବିଲି , ଥାନା ବଣ୍ଡପଲ୍ଲୀ ଜିଲ୍ଲା ବିଜୟନଗରମ ଆନ୍ଦ୍ରପ୍ରଦେଶ lସେ ତାଙ୍କ ମାମୁ ଘର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମକିୟା ପଞ୍ଚାୟତ ଅନ୍ତର୍ଗତ ବାସନୀ ଗ୍ରାମକୁ ଯିବା ଆସିବା କରୁଥିଲେ | ଏହି ସମୟରେ ବାମୁଣୀ ଗ୍ରାମର ମନ ବିଷୋୟୀ ଏବଂ ଅନ୍ୟ ଚାରି ଜଣଙ୍କ ସହ ସାକ୍ଷାତ ହୁଏ l ମନ ବିଷୋୟୀ ଏବଂ ଚାରି ଜଣ ଶୁକଦାସ ଙ୍କୁ ସୁନାଶଙ୍ଖ ଥିବା କଥା ଫୋନ ମାଧ୍ୟମରେ ଜଣାଇଥିଲେ | ଏହି ସୁନାଶଙ୍ଖ କୁ କମ ରେଟ ରେ ତୁମକୁ ଦେବୁ, ତୁମେ ତାକୁ ଉଚ୍ଚା ଦାମ୍ ରେ ବଜାର ରେ ବିକ୍ରି କରି ଲାଭବାନ ହେବ ବୋଲି ପ୍ରଲୋଭନ ଦେଖାଇଥିଲେ | ଏହା ପରେ ଶୁକଦାସ ପ୍ରଲୋଭନ ର ବିଶ୍ୱାସ କରି ଠକାମୀ ର ଶିକାର ହୋଇ ଥିଲେ l ମନ ବିଷୋୟୀ ଏବଂ ଅନ୍ୟ ଚାରିଜଣ ଙ୍କୁ ୫ ଲକ୍ଷ ଟଙ୍କା ବିନିମୟରେ ସୁନାଶଙ୍ଖ କୁ କିଣି ନିଜ ଗ୍ରାମ ଆନ୍ଦ୍ର ପ୍ରଦେଶ ନେଇଥିଲେ | ସେଇଠି ଯାଇ ଶଙ୍ଖଟି କୁ ଯାଞ୍ଚ କରି ଜାଣିବାକୁ ପାଇଲେଯେ ଏହି ସୁନାଶଙ୍ଖ ନକଲି ବୋଲି | ଏହା ଜାଣିବାପରେ ପାପଡାହାଣ୍ଡି ଥାନାରେ ବୁଧବାର ଦିନ ଲିଖିତ ଅଭିଯୋଗ କରିଥିଲେ | ଏହା ପରେ ନବରଙ୍ଗପୁର ଜିଲ୍ଲା ଏସ.ପି ଏସ. ସୁଶ୍ରୀଙ୍କ ନିର୍ଦେଶ କ୍ରମେ ପାପଡାହାଣ୍ଡି ଆଇ ଆଇ ସି ଦୀପକ କୁମାର ଜେନା ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ l ଯାହାର ନେତୃତ୍ୱ ପାପଡାହାଣ୍ଡି ସବ୍ ଇନସ୍ପେକ୍ଟର ଶିବାଜୀ ପଣ୍ଡା ନେଇଥିଲେ ।ଆଜି ସକାଳୁ ଶିବାଜୀ ପଣ୍ଡା ଏବଂ ତାଙ୍କ ଟିମ ଉକ୍ତ ଗ୍ରାମକୁ ଯାଇ ମନ ବିଷୋୟୀ ଙ୍କୁ ଗିରଫ କରି ଥାନାକୁ ଆଣିଥିଲେ | ଅଭିଯୁକ୍ତ ଙ୍କ ଠାରୁ ପୋଲିସ ୮୧୦୦୦/ ଟଙ୍କା ଉଦ୍ଧାର କରିଛନ୍ତି l ଏଥିରେ ସମ୍ପୃକ୍ତ ଅନ୍ୟ ଚାରିଜଣ ଫେରାର ଥିବା ତଦନ୍ତ କାରି ଅଧିକାରୀ ସୂଚନା ଦେଇଛନ୍ତି ।ମାମଲା ରୁଜୁ କରି କେଶ ନଂ ୧୫୩/୨୩ ଗତ କାଲି ସନ୍ଧ୍ଯା ସମୟରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More