ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

9

Get real time updates directly on you device, subscribe now.

ଭାରକ(ସଂଘର୍ଷ ମିଡିଆ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ର ଜଳମଣ୍ଡୁଆ ପଞ୍ଚାୟତ ଅଞ୍ଚଳରେ ସାମ୍ୱାଦିକ ନାମରେ ଦୌରାତ୍ମ୍ୟ ସୃଷ୍ଟି କରୁଥିବା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି ଜେ ଶରଦପୁର ଗ୍ରାମର ଜୈନିକ ସ୍ବଦେଶ ପରିଡ଼ା ନିଜକୁ ୱେବ ମିଡ଼ିଆର ପ୍ରତିଷ୍ଠିତ ସାମ୍ୱାଦିକ କହି ସାଧାରଣ ଲୋକଙ୍କୁ ହଇରାଣ ହରକତ କରିବା ସହ ଠିକାଦାର,ସରକାରୀ ଯନ୍ତ୍ରୀ ଓ ଅଧିକାରୀଙ୍କୁ ବ୍ଲାକ ମେଲ କରି ଅର୍ଥ ଆଦାୟ ଏବଂ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି। ଏପରିକି ଘରୋଇ କଳିରେ ହସ୍ତକ୍ଷେପ କରି ସାମାଜିକ ଗଣମାଧ୍ୟମରେ ନାନା ମନ୍ତବ୍ୟ ଦେବା ଓ ପ୍ରତିବଦଳରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ଉଠାଇଛନ୍ତି। ଅନେକ ସ୍ଥାନରେ ସାଧାରଣ ଲୋକଙ୍କ ଦ୍ୱାରା ଏହି ନକଲି ସାମ୍ୱାଦିକ ମାଡ଼ ଖାଇଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହାଦ୍ବାରା ପଞ୍ଚାୟତ ବାସି ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟରେ ଭୟଭୀତ ହେବା ସହ ପଞ୍ଚାୟତର ବିକାଶମୁଳକ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି ବୋଲି ଅଭିଯୋଗ ଆଣି ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହାକୁ ନେଇ ଜିଲ୍ଲାପାଳ ଓ ଜିଲ୍ଳା ଲୋକସମ୍ପର୍କ ଅଧିକାରୀଙ୍କୁ ଭେଟିବେ ବୋଲି ପଞ୍ଚାୟତବାସୀ ପ୍ରକାଶ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More