ସାଲେପୁର(ସଂଘର୍ଷ ମିଡିଆ ) : ନଈ ଗୁଆଁ ପଂଚାୟତ ରେ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।କେୟାର ନେତ୍ର ଓ ନଈ ଗୁଆଁ ପଂଚାୟତ ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ 66ଜଣ ରୋଗୀ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମୋତିଆ ବିନ୍ଦୁ ତଥା ଅନ୍ୟାନ୍ୟ ରୋଗୀ ଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର ଓ ଆଶୁ ଚିକିତ୍ସା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ଏହି ଶିବିର ରେ ରୋଗୀମାନଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଅସ୍ତ୍ରୋପଚାର ପାଇଁ 21 ଜଣ ରୋଗୀଙ୍କୁ ସୁଲଭ ମୂଲ୍ୟ ରେ ସଂଥା ପକ୍ଷରୁ ଚଷମା ଦିଆଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା , ସରପଞ୍ଚ ପ୍ରିୟଦର୍ଶିନୀ ମଲ୍ଲିକ ଓ ସମିତିସଭ୍ୟ ମନମୋହନ ନନ୍ଦ , ଅଶୋକ ଚନ୍ଦ୍ର ସାମଲ ଯୋଗଦେଇ ଥିଲେ।