ଧ୍ୟାନ କୁଦରେ ବାବା ତପନ କୁମାର ଓଝାଙ୍କ ଦ୍ୱାରା ଜଗତ ମଙ୍ଗଳ ନିମନ୍ତେ ମାହା ଆଳତି

15

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ) : ବାବା ତପନ କୁମାର ଓଝା ଧ୍ୟାନକୁଦରେ ପହଞ୍ଚିଲା ପରେ ସେଠାର ପିଠାଧିଶ ପ୍ରେମ ସାଗର ଅରକ୍ଷିତ ବାବା ଓ ପଣ୍ଡା ପଡ଼ିହରି ତାଙ୍କୁ ପାଛୋଟି ନେଇଥିଲେ । ନାମ ସଙ୍କ୍ରୀତନରେ ସ୍ଥାନ ଉଚ୍ଛୁଳି ପଡିଥିଲା । ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ବାବା ତପନ କୁମାର ଓଝା ପଞ୍ଚସଖାଙ୍କ ନିକଟରେ ମହାଳତି କରିଥିଲେ । ତାଙ୍କ ସାଙ୍ଗରେ ସାମିଲ ହୋଇଥଲେ ବାବା ଅରଖିତ ଏବଂ ପଣ୍ଡିତ ରଦଲ ମିଶ୍ର ଓ ପଣ୍ଡା ପଢିଆରି ମାନେ । ତାପରେ ବାବା ପୀଠ ନିକଟରେ ଥିବା ଅଷ୍ଟଶମ୍ଭୁ ମନ୍ଦିରକୁ ଯାଇ ନାମ ସଙ୍କ୍ରୀତନ କରି ଧୂପ ଦୀପ ଅର୍ପଣ କରିଥିଲେ । ଆଜିକୁ 24 ବର୍ଷ ହେବ ବାବା ତପନ କୁମାର ଓଝା ଧ୍ୟାନକୁଦ ଅନନ୍ତ ମାଧବ ମନ୍ଦିର ପ୍ରତିଷ୍ଠା କରିଥିଲେ । ସେହି ଦିନଠାରୁ ବାବା ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵରଙ୍କ ଆଜ୍ଞା ଓ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତଙ୍କ ନିର୍ଦ୍ଦେଶରେ ପ୍ରତିବର୍ଷ ସେଠାକୁ ଯାଇ ନାମ ସଙ୍କ୍ରୀତନ ସହ ରାହାସ କରିଥାନ୍ତି । ଧ୍ୟାନକୁଦ ପୀଠ ହେଉଛି ପଞ୍ଚଶଖାଙ୍କ ସାଧନା ପୀଠ । ସେଠାରେ ମହାପୁରୁଷଙ୍କ ମା ପୁରୀ ଯିବାକୁ ମନ ବଳାଇ ଥିଲେ । ରଥ ଯାତ୍ରା ଦେଖିବା ମାଙ୍କ ଯିବାର ସମର୍ଥ ନଥିବାରୁ ମହାପୁରୁଷ ଏହି ଧ୍ୟାନକୁଦରେ ତାଙ୍କ ମାଙ୍କୁ ରଥ ଯାତ୍ରା ସହ ଜଗନ୍ନାଥ ଦର୍ଶନ କରାଇଥିଲେ । ସେଥି ଯୋଗୁ ସେହିଠାରେ ବିଲୁଆଖାଇ ନଦୀ କୂଳରେ ମନୋରମ ସ୍ଥାନରେ ଜଗନ୍ନାଥ ମନ୍ଦିର ଗଢି ଉଠିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More