ବିରିଡି(ସଂଘର୍ଷ ମିଡିଆ ) : ବିରିଡି ବ୍ଳକ୍ ଅନ୍ତର୍ଗତ ଦଳେଇଘାଇ ସ୍ଥିତ ଆଷାଢ଼ ସାହିତ୍ୟ ସଂସଦର ବିଷୁବ ଆସର ମହାପୁରୁଷ ପଞ୍ଚସଖାଙ୍କ ସାଧନାର କ୍ଷେତ୍ର ଧ୍ୟାନକୁନ୍ଦ ପୀଠରେ ଅନୁଷ୍ଠିତ ହୋଇଯାଇଛି।ଆସରକୁ ଧ୍ୟାନକୁନ୍ଦ ପୀଠର ପିଠାଧିଶ ଆଚାର୍ଯ୍ୟ ପ୍ରେମସାଗର ବାବା ଅରକ୍ଷିତ ଦାସ ମହାରାଜ ଆସରକୁ ଉଦଘାଟନ କରିଥିଲେ।ଗୀତ କବି ବାମଦେବ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭରେ ଅତିଥି ଭାବେ ସାମାଜିକ କର୍ମୀ ବିଭୂଦତ୍ତ ସାହୁ,ନୃସିଂହ ଦାଶ ଯୋଗଦେଇ କହିଥିଲେ ସାହିତ୍ୟଙ୍କୁ ସମ୍ବନ୍ଧ କରିବା ପାଇଁ ବିଷୁବ ମିଳନର ଆବଶ୍ୟକତା ରହିଛି।ସାହିତ୍ୟକୁ ଜନମାନସରେ ପହଞ୍ଚାଇ ଏହାର ଯାତ୍ରାପଥକୁ ସୁଗମ କରି ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ସଂସଦର ସଭାପତି କବି ପୀତାମ୍ବର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ସଂସଦ ପକ୍ଷରୁ ଇଂଜିନିୟର ତୋଫାନ କୁମାର ଜେନାଙ୍କୁ ବିଷୁବ ସମ୍ମାନ, ବ୍ଳକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶନ,ଜିଲ୍ଲା ପରିଷଦ ସଭ୍ୟ ଓ ଦୀପ୍ତିମୟ ରାୟଙ୍କୁ ବିଜୁ ସମ୍ମାନରେ ସମ୍ମାନିତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।କବି ପ୍ରତାପ ବେହେରାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ୩୦ଜଣ କବି ଓ କବୟିତ୍ରୀ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।