ବିରିଡି(ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜନ୍ମ ବେଦୀରେ 9 ଦିନ ଲୀଳାଖେଳା ଶେଷ କରି ଆଜି ଗୁଣ୍ଡିଚା ମନ୍ଦିର ରୁ ରତ୍ନବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ନନ୍ଦି ଠାକୁର ରାଜ ଭାବେ ଯୋଗ ଦେଇ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇ ଥିଲା। ଏହି ରଥଯାତ୍ରା ରେ ଜିଲ୍ଲା ର ପ୍ରାୟ 20 ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସାମିଲ ହୋଇଥିଲେ । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କର ମିଳନକୁ ନେଇ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇ ଥିବାର ଦେଖା ଯାଇଥିଲା।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।