ଧୁମ ଧାମରେ ପାଳିତ ହେଲା ଭାଇ ଚାରାର ପର୍ବ ଇଦ

28

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : ପବିତ୍ର ଇଦୁଲ ଫିତର ପର୍ବକୁ ଅତି ଧୁମ ଧାମରେ ପାଳନ କଲେ କେନ୍ଦ୍ରାପଡ଼ା ମୁସଲିମ ଧର୍ମର ଲୋକେ. କେନ୍ଦ୍ରାପଡ଼ା ଏକ ଭାଇ ଚାରା ସହର ବୋଲି ସୁନାମ ଅର୍ଜନ କରି ସାରିଛି. ଏଠି ହିନ୍ଦୁ ମୁସଲିମ ଦୁହେଁ ଭାଇ ଭାଇ ଭାବେ ପରସ୍ପର ପର୍ବ ପର୍ବପର୍ବାଣିକୁ ନିମନ୍ତ୍ରଣ କରିଥାନ୍ତି ଓ ବହୁ ଆଡମ୍ବରରେ ପାଳନ କରିଥାନ୍ତି.ମୁସଲମାନ ଲୋକେ ଦୀର୍ଘ ରମଜାନ ମାସରେ ପ୍ରତ୍ୟକ ଦିନ ଭୋର 4ଟାରୁ ଉପବାସ ରହି ଅପରାହ୍ନ 5ଟା ସମୟରେ ଉପବାସ ଭାଙ୍ଗି ଖାଦ୍ୟ ଖାଇ ଥାନ୍ତି. ଯାହା ମୁସଲିମ ଧର୍ମରେ କାହୁଁ କାଳରୁ ରହିଅଛି ତାହାକୁ ପ୍ରତ୍ୟକ ମୁସଲମାନ ବ୍ୟକ୍ତି ପାଳନ କରିଥାନ୍ତି. ଏହି ପବିତ୍ର ମାସକୁ ରମଜାନ ମାସ ବୋଲି ମୁସଲମାନ ପଣ୍ଡିତମାନେ କହନ୍ତି . ମାସ ଶେଷରେ ଆକାଶରେ ଚାନ୍ଦ ଦେଖି ଇଦ ପର୍ବ ପାଳନ କରିଥାନ୍ତି. ଇଦ ପର୍ବର ମୁଖ୍ୟ ଉଦ୍ଧେସ୍ୟ ହେଉଛି ସୁଖ ଶାନ୍ତି ବାଣ୍ଟିବା ଓ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା କୁ ଇଦ ପର୍ବ କୁହାଯାଏ. ଇଦ ପର୍ବରରେ ମୁସଲିମ ଲୋକେ ନିଜ ବର୍ଷକ ଯାକ ରୋଜଗାରର ଅଢେଇ ପ୍ରତିଶତ ଗରିବଙ୍କୁ ଦାନ କରିଥାନ୍ତି ଯାହା ଦ୍ୱାରା ପୁର୍ଣ୍ୟ ପ୍ରାପ୍ତି ଲାଭ କରିଥାନ୍ତି. ଏହାପରେ ନୂଆ ପିନ୍ଧି ନେମାଜ ପାଠ ପଢିବାକୁ ଯାଇଥାନ୍ତି ନେମାଜ ପରେ ଭଲ ଖାଦ୍ୟ ଖାଇଥାନ୍ତି . ଏହା ଦ୍ୱାରା ଆଲ୍ଲା ତାଙ୍କୁ ଆଶ୍ରିବାଦ କରିବା ସହ କରିଥିବା ପାପରୁ କ୍ଷମା କରିଥାନ୍ତି. ପ୍ରତ୍ୟକ ମୁସଲମାନ ଏହି ଦିନଟିକୁ ବହୁ ଖୁସିର ସହ ନିଜ ପରିବାର ସହ ପାଳନ କରିବା ସାଙ୍ଗକୁ ଧର୍ମ ପ୍ରତି ପ୍ରତି ମନ ବଳାଇଥାଏ. କାରଣ ବର୍ଷକ ଏଗାର ମାସ ନିଜ ଜୀବନକୁ ରୋଜଗାର ଆଉ ସଂସାର ଭିତରେ ଅଟକି ଯାଇଥାଏ କିନ୍ତୁ ଏହି ରମଜାନ ମାସରେ ସବୁ କଥା ଭୁଲି ଭଗବାନ ଙ୍କ ପ୍ରତି ମନ ବଳାଇଥାଏ କାରଣ ଯଦି ରମଜାନ ମାସରେ ଆଲ୍ଲାଙ୍କୁ ମନେ ନପକାଏ ତେବେ ନିଜ ଜୀବନ ନର୍କ ସାଙ୍ଗେ ସମାନ ବୋଲି ମୁସଲମାନ ପଣ୍ଡିତ ମାନେ କହିଛନ୍ତି.ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମିଶି ସମୂହ ନେମାଜ ପାଠ ପଢି ପରସ୍ପରକୁ ଆଲିଙ୍ଗନ କରି ଖାଇ ପି ଦିନଟିକୁ ଧୁମ ଧାମରେ ପାଳନ କରିଥାନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More