ଧୁମ୪ ଫିଲ୍ମ ଷ୍ଟାଇଲରେ ଚୋରି,ପୋଲିସକୁ ଚାଲେଞ୍ଜ

33

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : -ଫିଲ୍ମ ଦେଖି ଚୋର ମାନେବି ତାଙ୍କ ଷ୍ଟାଇଲ ବଦଳେଇ ଦେଲେଣି।ଚୋରଙ୍କ ଧୁମ୍ ଫିଲ୍ମ୍ ଷ୍ଟାଇଲ । ବିଦ୍ୟାଳୟରୁ କମ୍ପ୍ୟୁଟର ସମେତ ବିଭିନ୍ନ ସାମଗ୍ରୀ ଚୋରି କଲେ ଓ ଯିବା ପୂର୍ବରୁ ଚୋର ମାନେ ବ୍ଲାକ୍‌ ବୋର୍ଡରେ ଇଟ୍‌ସ ମି ଧୁମ-୪, କମିଙ୍ଗ୍‌ ଶୁନ୍‌ l “ସ୍କୁଲ ପିଲା ଧରିପାରିଲେ ଧର ” ବୋଲି ଲେଖି ପୁଲିସକୁ ‌ଖୋଲାଖୋଲି ଚ୍ୟାଲେଞ୍ଜ କଲେ l ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ସ୍ଥିତ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ। ନବରଙ୍ଗପୁର ଜିଲ୍ଲା ଗତ କିଛି ଦିନ ପାଇଁ ସ୍କୁଲ ଛୁଟି ଥିବାରୁ ସ୍କୁଲ ବନ୍ଦ ରହିଥିଲା ।ସ୍କୁଲ ଖୋଲିବା ଦିନ ସ୍କୁଲ ଫାଟକ ଖୋଲିବା ବେଳେ ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭାଙ୍ଗି ଜାଇ ଥିବା ଦେଖି ଥିଲେ ପ୍ରଧାନଶିକ୍ଷକ। ପ୍ରଧାନ ଶିକ୍ଷକ ଙ୍କ କକ୍ଷରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍ କମ୍‌ ଜେରକ୍ସ ମେସିନ୍‌, ଏବଂ ସାଉଣ୍ଡ ବକ୍ସ,ଏମ୍ପ୍ଲଇଫାୟାର, ତାର, ମାଉଥ ମେସିନ ଚୋରି କରିଥିଲେ। ଚୋରି ହୋଇଥିବା ଏହି କମ୍ପ୍ୟୁଟର ରେ ସ୍କୁଲର ବିଭିନ୍ନ ତଥ୍ୟ, ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ସହ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ତଥ୍ୟ ରହିଥିଲା । ଚୋରି କରି ଚମ୍ପଟ ମାରିବା ପୂର୍ବରୁ ଦୁର୍ବୃତ୍ତ ପୁଲିସ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବ୍ଳାକ୍‌ ବୋର୍ଡରେ ‌ଇଟ୍‌ସ ମି ଧୁମ-୪ ଲେଖିଥିଲେ। ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍‌ ଶୁନ୍‌, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥ‌ିଲେ l ଏଥିସହ ବ୍ଲାକ ବୋର୍ଡ ରେ କିଛି ମୋବାଇଲ ନମ୍ୱର୍ ଲେଖିଛନ୍ତି । ଯେଉଁଥିରେ ସ୍କୁଲ ଶିକ୍ଷକ ଙ୍କ ନମ୍ୱର୍ ମଧ୍ଯ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇବା ସହ ଚୋରମାନେ ବ୍ଲାକ୍‌ ବୋର୍ଡରେ ଲେଖିଥିବା ଲେଖାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି l କିନ୍ତୁ ଦୁର୍ବୃତ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ବର୍ତ୍ତମାନ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଭଳି ଘଟଣା ଲୋକଲୋଚନ କୁ ଆସିଲା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବି‌ଷୟ ପାଲଟିଛି। ବର୍ତ୍ତମାନ ଖାତିଗୁଡା ଥାନା ତରଫରୁ ତଦନ୍ତ ଚାଲିଛି ଓ ଘଟଣା ସ୍ଥଳରେ ସାଇଁଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁରର ସାହାଯ୍ୟ ନେଇ ତଦନ୍ତ ଜାରିରଖିଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ। ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More