ଧୁମଧାମରେ ପାଳିତ ହେଲା ଆମପାଣି ବୁଢ଼ାରଜାଙ୍କ ବାର୍ଷିକ ଦଶହରା,ହଜାର ହଜାର ଭକ୍ତଙ୍କ ସମାଗମ

15

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : -କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଆମପାଣି ବୁଢ଼ାରଜାଙ୍କ ବାର୍ଷିକ ଦଶରା ସମ୍ପନ୍ନ ହୋଇଛି। ବୁଢ଼ାରଜାଙ୍କ ପୀଠରେ ନଡିଆ ,ଧୁପ,ମୁଆ,ଦେଇ ପୁଜା କରାଯାଉଥିବା ବେଳେ ପାର୍ଶ୍ଵ ଦେବ। ଦେବୀଙ୍କର ନିକଟରେ ରକ୍ତଭୋଗ ଦିଆଯାଇଥିଲା। ଶ୍ରଦ୍ଧାଳୁ ଓ ମାନସିକଧାରୀ ମାନେ ମାନସିକ ପୁରଣ ପାଇଁ ପଶୁବଳି ଦେଇଥିଲେ। ବୁଢ଼ାରଜାଙ୍କ ଦଶହରା ପୁଜା ଆରମ୍ଭ ହୋଇଥିଲା ବେଳେ ବିଧି ଅନୁସାରେ ଏକ ଵିରାଟ ଲାଠି ଯାତ୍ରା ଆରମ୍ଭ ହୋଇ ମନ୍ଦିର ନିକଟରେ ପହଞ୍ଚିଥିଲା। ଦେବାଦେବୀଙ୍କ ଲାଠି ଏକ ଶୋଭାଯାତ୍ରାରେ କାଳିଶିଙ୍କ ଗ୍ରହଣରେ କୋକସରାର କାଲେଶ୍ବର ମହାଦେବ କଳା ପରିଷଦର ଘଣ୍ଟଦଳ, ଭବାନୀପାଟଣାର ଆଦିଶକ୍ତି ନିଶାନ ଦଳ,ସୁନାମାଲର ଖୋଟଲା ନାଚ ଭଲି ଦଳ ନିଜର ନିଜର ବାଦ୍ୟ ବଜାଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଶେଷ କରି କୋକସରା ର କାଲେଶ୍ବର ମହାଦେବ କଳା ପରିଷଦର ଘଣ୍ଟଦଳ ଓ ଭବାନୀପାଟଣା ର ଆଦିଶକ୍ତି ନିଶାନ (ନାଗରା)ଦଳର ତାଳେ ତାଳେ ଦେବାଦେବୀ ମାନେ ଝୁମିଝୁମି ଦର୍ଶକଙ୍କୁ ଆକର୍ଷଣ କରିଥିଲେ। ବୁଢ଼ାରଜା ପୀଠ କ ଦୈଵାଦେଵୀ ମାନେ ଚାଲିଚାଲି ଯାଇଥିଲେ। ବୁଢ଼ାରଜା ମନ୍ଦିର ନିକଟରେ ଲାଖଵିନ୍ଦା କାର୍ଯକ୍ରମ ହୋଇଥିଲା। ବୁଢ଼ାରଜାଙ୍କ ଦଶରା ପୁଜା ଦେଖିଵାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।ଆମପାଣି ବୁଢ଼ାରଜାଙ୍କ ବାର୍ଷିକ ଦଶରା ମହୋତ୍ସବରେ ବହୁଳ ଭାବରେ ଜନସମାଗମ ରହୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର,ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କ ନେତୃତ୍ବରେ ୨ ପାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଚଳିତ ବର୍ଷ ବୁଢ଼ାରଜା ପୁଜା କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରୀ,ଉପ ସଭାପତି ତିଲୋତମା ନାଏକ, ସମ୍ପାଦକ ନକୁଳ ଵାଣୁଆ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା,ବିଘେଶର ନାଏକ,ଟିକିଚନ୍ଦ୍ର ମାଝୀ, ତ୍ରିନାଥ ରାୟ,ଵିନୋଦ ସିଂହ, ବିପ୍ଲବ ପଣ୍ଡା, ବିଜୟ ପଣ୍ଡା ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More