ନାଉଗାଁ(ସଂଘର୍ଷ ମିଡିଆ ) : – ଦୀର୍ଘ ୨୩ ଦିନ ଧରି ଦିବାରାତ୍ର ନାଉଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜବକାର୍ଡ ଧାରିଙ୍କ ଗଣଧାରଣା ମଙ୍ଗଳବାର ରାତିରେ ପ୍ରତ୍ୟାହୃତ ହୋଇଛି। ଦୀର୍ଘ ୨୩ ଦିନ ବସିବା ପରେ ବ୍ଲକ ପ୍ରଶାସନ କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ସେମାନେ ମଙ୍ଗଳବାର ଦିନ ୨୦୦ ରୁ ଅଧିକ ପୁରୁଷ ଓ ମହିଳା , ବହୁଜନ ଛାତ୍ର ଓ ଯୁବ ସାମୁଖ୍ୟ ର ସଦସ୍ୟ ମାନେ ଧାରଣା ସ୍ଥଳରୁ ବାହାରି ପଦଯାତ୍ରା କରି ଦୀର୍ଘ ୨୨ କିଲୋମିଟର ରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଘେରାଉ କାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ କହିଥିଲେ ତଦନ୍ତ ସରିଛି ଯଥାଶୀଘ୍ର ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଠାରୁ ପ୍ରତିଶ୍ରୁତି ପାଇବାପରେ ଜବକାର୍ଡଧାରି ମାନେ ଧାରଣାରୁ ଉଠିଛନ୍ତି। ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।