ଭଦ୍ରକ (ସଂଘର୍ଷ ମିଡିଆ ) : ଭଦ୍ରକ ଧାମରା ବଜାରରେ ଏକ ରାସାୟନିକ ବିସ୍ପୋରଣରେ ୨ ଜଣ ଆହତ ଜଣକ ଅବସ୍ଥା ସଂକଟାପର୍ଣ ଥିବା ଜଣା ପଡିଛି । ଧାମରା ବଜାରରେ ଥିବା ଏକ ଗହଣା ଦୋକାନରେ ବିଭିନ୍ନ ପ୍ରକାର ଭଙ୍ଗା ବ୍ୟାଟେରୀ , ଭଗ୍ନ କ୍ଷେପଣାସ୍ତ୍ର, କେମିକାଲସ ତଥା ଭଙ୍ଗା ଲୁହା. ଆଣି ବେପାର କରିଥାନ୍ତି । ସଂଧ୍ୟା ସମୟରେ ଦୋକାନ ମଧ୍ୟରେ ଦୁଇଜଣ ବ୍ୟକ୍ତି ଏହି କେମିକାଲକୁ ଗରମ କରୁଥିବା ବେଳେ ବିସୋରଣ ହୋଇଥିଲା । ଫଳରେ ଏହି ବିସ୍ଫୋରଣରେ କାର୍ଯ୍ୟ କରୁଥିବା ହରିହର ରଣାଙ୍କ ଗୋଡ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ସେକ କଇମତଙ୍କ ଶରୀର ସଂପୂର୍ଣ ପୋଡି ଯାଇଛି । ଗୁରୁତ୍ଵରଙ୍କୁ ପ୍ରଥମେ ଧାମରା ମେଡିକାଲ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଧାମରା ଥାନାଧିକାରୀ ଆସି ଦୋକାନୀର ଘର , ଗୋଦାମ ଘର ଏବଂ ବିସ୍ପୋରଣ ହୋଇଥିବା ସ୍ଥାନ ବୁଲି ତଦନ୍ତ ଚଳାଇଛନ୍ତି ।