ଧାମନଗର ଉପନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କଲେ ଧାମନଗରବାସୀ

15

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ଆଜି ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ ୧ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର ଅଛନ୍ତି।
ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ଗ୍ରହଣ ହେଉଛି । ଉପନିର୍ବାଚନ ମଇଦାନକୁ ୫ଜଣ ପ୍ରାର୍ଥୀ ଓହ୍ଲାଇଛନ୍ତି । ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଅବନ୍ତୀ ଦାସ(ବିଜେଡି), ସୂର୍ଯ୍ୟବଂଶୀ ସୁରଜ(ବିଜେପି), ବାବା ହରେକୃଷ୍ଣ ସେଠୀ(କଂଗ୍ରେସ), ରାଜେନ୍ଦ୍ର କୁମାର ଦାସ(ସ୍ୱାଧୀନ) ଓ ପବିତ୍ର ମୋହନ ଦାସ(ସ୍ୱାଧୀନ)ଙ୍କ ମଧ୍ୟରୁ କିଏ ବାଜିମାତ୍ କରିବ, ସେନେଇ ଚର୍ଚ୍ଚା ଜୋର ଧରିଛି । ଧାମନଗର ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ଦାସ ନିଜର ମତଦାନ ସାବ୍ୟସ୍ତ କରିଛନ୍ତିି । ସେହିପରି ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଭୋଟରଙ୍କ ସହିତ ଲମ୍ବା ଲାଇନରେ ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ବୁଥର ଶହେ ମିଟର ହେଉଛି ନିଷିଦ୍ଧାଞ୍ଚଳ । କିନ୍ତୁ, ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ବିଜେଡି ପୋଷ୍ଟର ମରା ଯାଇଥିବା ଗାଡ଼ି ସହ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ଯାହାକୁ ନେଇ ତାକୁ ବିରୋଧରେ ସମ୍ମୁଖିନ ହେବାକୁ ପଡ଼ିଥିଲା ପରେ ଗାଡ଼ିନେଇ ପଳାଇ ଯାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More