ଧାନ ଚାଷରେ ବ୍ୟାପୁଛି ଚକଡା ରୋଗ, ଚିନ୍ତାରେ ଚାଷୀ

14

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ଅନ୍ତର୍ଗତ ମୁସାପାଲୀ ପଞ୍ଚାୟତ ମୂଷାପାଲି ଗ୍ରାମରେ ହେକ୍ଟର ହେକ୍ଟର ଧାନ ଫସଲରେ ବ୍ୟାପୁଛି ଚକଡା ରୋଗ । ନିମିତ୍ତ ମଧ୍ୟରେ ସୁନାର ଫସଲ ଚରି ଯାଉଛି ଚକଡା । ସବୁଜିମା ଦିଶୁଥିବା ଚାଷ ରାତିକ ମଧ୍ୟରେ ପୋଡି ଯାଉଛି ଓ ଧାନ କେଣ୍ଡା ସବୁ ପାଲ ଭଲି ଦେଖା ଯାଉଛି । ଗତ ବର୍ଷ ମଧ୍ୟ ମୂଷାପାଲି ଗ୍ରାମଠାରେ ଠାରେ ଏହି ଚକଡା ରୋଗ ରେ ଚାଷୀମାନେ ହନ୍ତସନ୍ତ ହେଇଥିଲେ । ଏହି ବର୍ଷ ମଧ୍ୟ ଏହି ଚକଡା ରୋଗରେ ଚାଷୀ ନାହିଁ ନ ଥିବା ଅସୁବିଧାରେ ପଡ଼ିଛନ୍ତି ଅମଳକ୍ଷମ ଅବସ୍ତାରେ ରହିଥିବା ବେଳେ ବର୍ଷ ମିଆଦି ଧାନରେ ଦୁଧ ଭରିବା ସମୟରେ ଏହି ରୋଗ ବ୍ୟାପକ ମାତ୍ରାରେ ବ୍ଯାପିବାକୁ ଲାଗିଛି । ଚାଷୀ ମାନେ ବିଭିନ୍ନ ବ୍ଯାଙ୍କ ସମବାୟ ସମିତି ବେସରକାରୀ ଓ ଫାଇନାନ୍ସ ରୁଣ କରି ଚାଷ କରି ଥିଲେ, ହେଲେ ଅମଳ ସମୟରେ ଚାଷୀ ମୁଣ୍ଡରେ ଚକଡା ରୋଗର ଚଡକ ପଡିଛି । ଚାଷୀ ମାନେ ଚକଡା ରୋଗ ଲାଗି ଚାଷ ନାଶ ହେଉଥିବାରୁ ଧାନ କେଣ୍ଡା ଦେଖେଇଛନ୍ତି । ଏଥିପାଇଁ କୃଷି କର୍ମଚାରିଙ୍କ ପରାମର୍ଶ ନେଇ ଟଙ୍କା ଧାର ଉଦ୍ଧାର କରି କୀଟନାଶକ ଔଷଧ ଛିଞ୍ଚଣ କରୁଥିଲେ ହେଁ ଆୟତ ହେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ମୂଷାପାଲି ଗ୍ରାମର ଅନେକ ଚାଷୀ କୃଷି ବିଭାଗକୁ ଜଣାଇଥିଲେ କୌଣଷି ସରକାରୀ କର୍ମଚାରିଙ୍କ ଦେଖା ନାହିଁ । ଏହି ମୂଷାପାଲି ପଞ୍ଚାୟତରେ 70 ରୁ 80% ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ତେବେ ଚକଡା ରୋଗକୁ ନେଇ ଚାଷୀ ମାନେ ଚିନ୍ତାରେ ପଡ଼ିଛନ୍ତି । କୃଷି ବିଭାଗ ସୂଚନା ଅନୁଶାରେ ଏହି ଚକଡା ପୋକ ପାଇଁ ଆମକୁ କୌଣଷି ଚିଠି ହୋଇ ନାହିଁ ବୋଲି କହୁଛନ୍ତି ।ହେକ୍ଟର ହେକ୍ଟର ଜମିରେ ଧାନ ଚାଷ ହୋଇଛି ସେଥିରୁ ରୁଆ ଧାନ 1204 ,1220,ଓ ବୁଣା ଧାନ 72’9,8, ହେକ୍ଟର ହେକ୍ଟରରେ କରାଯାଇଛି । ଚକଡା ରୋଗ ନିୟନ୍ତ୍ରଣକୁ ନେଇ କୃଷି ଅଧିକାରୀ କିମ୍ବା କୌଣଷି କର୍ମଚାରିଙ୍କ ଦେଖା ନାହିଁ । ଏହି ପରିପେକ୍ଷିରେ କନ୍ହେଇ ନାଏକଙ୍କ 10 ଏକର ଦୟାନିଧି ନାଏକଙ୍କ 15 ଏକର ଓ ଦିଗାମ୍ବର ନାଗଙ୍କ 2 ଏକର ଜମିରେ ଚକଡା ରୋଗ ଲାଗି ଚାଷ ନଷ୍ଟ ହେଇଯାଇଛି । ଚକଡା ରୋଗ ନିୟନ୍ତ୍ରଣ ପାଇଁ କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନେବାପାଇଁ ଚାଷୀମାନେ ଦାବି କରିଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରାବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More