ଧାନ କ୍ରୟ କମିଟି ବୈଠକକୁ ଚାଷୀ ସଂଗଠନ ମାନଙ୍କୁ ନଡାକିବା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

11

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଚଳିତ ରବି ଧାନ କ୍ରୟ ପାଇଁ ଜିଲ୍ଲା ପ୍ରଶାସନର ଧାନକ୍ରୟକମିଟି ବୈଠକ ରେ ଜିଲ୍ଲାର ପ୍ରମୁଖ ଚାଷୀ ସଂଗଠନ ମାନଙ୍କୁ ନ ଡାକିବା ଦ୍ୱାରା ସମସ୍ତ ଚାଷୀ ତାଙ୍କର ପ୍ରକୃତ ହକ୍ ରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ଆଜି କିଛି ଚାଷୀ ସଂଗଠନର ପ୍ରତିନିଧି। ଏଥିପାଇଁ ଗତକାଲି ସହରର ଏକ ହୋଟେଲ ପ୍ରୋଗ୍ରେସ ଇନ୍ ଠାରେ ନବନିର୍ମାଣ କୃଷକ ସଙ୍ଗଠନର ଆହ୍ବାନ କ୍ରମେ ଜିଲ୍ଲାର ସମସ୍ତ କୃଷକ ସଙ୍ଗଠନ ଯଥା ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଙ୍ଗଠନ, ବିନିକା, କୃଷକ ବିକାଶ ପରିଷଦ ବୀରମହାରାଜପୁର, ଜିଲ୍ଲା କୃଷକ ସଙ୍ଗଠନ, ସୁବର୍ଣ୍ଣପୁର ଆଦି ର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ  ହୋଇଥିଲା। ଜିଲ୍ଲା ରେ ଚାଷୀ ସମସ୍ୟା ର ପୁନରାବୃତ୍ତି ପ୍ରତ୍ୟେକ ଋତୁ ରେ ହେଉଥିବା ବେଳେ କୌଣସି ଧାନ କ୍ରୟ କମିଟି ମିଟିଂ କୁ ଚାଷୀ ପ୍ରତିନିଧି ରୂପେ କୌଣସି ସଂଗଠନକୁ ଡକାଯାଉ ନାହିଁ। ଏବଂ ସରକାରଙ୍କୁ ସୁହାଇଲା ଭଳିଆ ହାତଗଣତି ପ୍ରତିନିଧିଙ୍କୁ ଡାକି ଉଦ୍ଦେଶ୍ୟମୂଳକ ଭାବେ ସମସ୍ୟାକୁ ଜଟିଳ କରି ମିଲର୍ସ, ବେପାରୀ ତଥା ଅଧିକାରୀ ମାନଙ୍କ ପକେଟ ଗରମ କରିବା ଭଳି ନୀତି ନିର୍ଧାରିତ ହେଉଛି। ଏହାକୁ ସବୁ ସଂଗଠନ ଦୃଢ଼ ନିନ୍ଦା କରିଛନ୍ତି। ସଂଗଠନ ମାନେ କହିଛନ୍ତି ମଣ୍ଡି ର ଅପର୍ୟାପ୍ତ ଭିତ୍ତିଭୂମି, ଗୋଦାମ ଘରର ଅଭାବ, ପ୍ରତିପତ୍ତିଶାଳୀ ଲୋକ ତଥା ଶାସକ ଦଳ କର୍ମୀ ମାନଙ୍କ ଗୃହିଣୀ ମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଉପରେ ଦବଦବା, ମିଲର୍ସ ର ମନମାନୀ ରେ ଧାନ ଉଠିବା,କୃତ୍ରିମ ଅଭାବୀ ବିକ୍ରୀ ପରିସ୍ଥିତି ସୃଷ୍ଟି କରିଵା ତଥା ଧାନ କ୍ରୟ କେନ୍ଦ୍ର ରେ ଚାଷୀ ମାନଙ୍କୁ କୌଣସି ସୁବିଧା ନଦେଵା ଆଦି ଅନେକ ବିଷୟରେ ଚାଷୀ ସଂଗଠନ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ କୁ ଅବଗତ କରାଉଛନ୍ତି କୌଣସି ଚାଷୀ ହେଲେମଧ୍ୟ କୌଣସି ପ୍ରମୁଖ ସଂଗଠ କୁ ଡି.ଏଲ.ପି.ସି ମିଟିଂକୁ ଡକାଯାଉ ନାହିଁ ବୋଲି ସଂଗଠନ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ଓ ପ୍ରଶାସନ ଏହି ରବି ଋତୁରେ ଉତ୍ତମ ପଦକ୍ଷେପ ନ ନେଲେ ଦୃଢ଼ ଆନ୍ଦୋଳନ ହେବ ବୋଲି ସଂଗଠନ ମାନେ ଚେତାବନୀ ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ଯୁବ ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ଶ୍ରୀଗଣେଷ ଆଞ୍ଚଳିକ କୃଷକ ସଂଗଠନ ବିନିକା ର ଦେବାଶିଷ ଦାଶ ଓ ରମେଶ ଦାଶ,ବୀରମହାରାଜପୁର କୃଷକ ବିକାଶ ପରିଷଦ ର ପ୍ରଦୀପ ସ୍ୱାଇଁ, ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ବୈକୁଣ୍ଠ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More