କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲା-କଲମପୁର ଧାନ ମଣ୍ଡିକୁ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଶୁଭ ଉଦ୍ଘାଟନ କରିଛନ୍ତି । ଖରଟିଆ ଚାଷ ଅମଳ ପରେ ମଣ୍ଡିରେ ଧାନ ବିକ୍ରି ନିମନ୍ତେ ଆଜି କଲମପୁର ପେକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ତ୍ରିଭୁବନ ପ୍ରଧାନୀଙ୍କ ଆୟୋଜିତ କାର୍ଯ୍ୟସୂଚୀ ଅନୁସାରେ ବିଧାୟକ ଶ୍ରୀ ବାଗଙ୍କ ସମେତ ତହସିଲଦାର କରିସ୍ମା ବେସ୍ର୍ରା , ଜିଲ୍ଲା ଯୋଗାଣ ଅଧିକାରୀ ପଵିତ୍ର କୁମାର ସାହୁ, ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅନୀଲ କୁମାର ରାଉତ,ARCS ଧର୍ମଗଡ଼ ଭିକାରୀ ଚରଣ ସେଠ ଓ ଉପନିବନ୍ଧକ ବିଶ୍ଵାମିତ୍ର ସିଂ , ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ବିଧାୟକ ଶୃଙ୍ଖଳିତ ଭାବେ ଧାନ ଉଠାଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଯଦିଓ କଲମପୁର ସଦର ମହାକୁମା ପର୍ଶ୍ୱର ପାଞ୍ଚ ଗୋଟି ପଞ୍ଚାୟତରେ ଇନ୍ଦ୍ରାବତୀ ବହୁମୁଖୀ ଜଳଯୋଗାଣ ବନ୍ଦ ପଡ଼ିଥିବାରୁ ଧାନ ଫସଲ କରାଯାଇ ପାରିନଥିଲେ ହେଁ,କେତେକ ଚାଷୀ ଉଠା ଜଳସେଚନ ମାଧ୍ୟମରେ କିଛି କଂସରେ ଧାନଚାଷ କରିଛନ୍ତି । ଇତି ମଧ୍ୟରେ ଆଠ ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ଲକ୍ଷ୍ୟରଖି ପାଞ୍ଚଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ କଲମପୁର,ବାଲିଛଡ଼ା,ଇଚ୍ଛାପୁର, ବିରିପୁର ଆଦି ଚାଷ କରାଯାଇଥିବା ଗ୍ରାମ ମାନଙ୍କରୁ ଧାନ କ୍ରୟ ନିମନ୍ତେ ଏହି ମଣ୍ଡି ବ୍ୟବସ୍ଥା କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।କଲମପୁର ପେକ୍ସ କାର୍ୟନିର୍ବାହୀ ଅଧିକାରୀ ତ୍ରିଭୁବନ ପ୍ରଧାନୀଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତାକୁ ନେଇ ଚାଷୀଙ୍କ ବିଶ୍ୱାସ ଭାଜନ ହୋଇଥିବା ବେଳେ, ଚଳିତ ବ୍ୟବସ୍ତା ଆଶାନୁରୂପ ଭାବେ ସମ୍ପାଦନ କରିପାରିବେ ବୋଲି ଚାଷୀଙ୍କ ମହଲରେ ଦୃଢୋକ୍ତି ପ୍ରକାଶ ପାଇଛି ।କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ। ।