ଧାଙ୍ଗିଡିମୂତା ଲ୍ଯାମ୍ପ ମେନେଜିଂ ଡାଇରେକ୍ଟରଙ୍କ ମନମୁଖୀ କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

18

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକ ସ୍ଥିତ ବାଦାମପାହାଡ ଧାଙ୍ଗଡିମୂତା ଲାମ୍ପରେ ଚାଲିଛି ମନମୁଖୀ କାର୍ଯ୍ୟ । ସୂଚନା ଅନୁଯାୟୀ ଲାମ୍ପର ଏମ୍ଡ଼ି ଶ୍ରୀଯୁକ୍ତ ଅମୂଲ୍ୟ ଗିରି ପ୍ରତିବର୍ଷ ବିଭିନ୍ନ ଉପାୟରେ ହରିଲୁଟ କରିଚାଲିଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି । ଠିକ୍ ସେହିପରି ଏକ ବୈଠକରେ ଏକ ସାଧାରଣ ସଭା ର ଆୟୋଜନ ୧୫/୦୯/୨୦୨୨ରେ କରିବାର ସିଦ୍ଧାନ୍ତ ନେଇଥିଲେ ଯାହାର ଏକ ସୂଚନା ପତ୍ର ତିଆରି କରି ପୁଣି ନିଜେ ନିଜେ ଆଉ ଥରେ କଲମରେ ତାରିଖ ବଦଳାଇ ଭୁଲ୍ ତଥ୍ୟ ଦେଇ ସୂଚନା ପ୍ରସ୍ତୁତ କରି ତା ୧୬/୧୧/୨୦୨୨ରିଖ ଦିବା ଏକ ଘଟିକାରେ ବାର୍ଷିକ ସାଧାରଣ ବୈଠକ ତଳlପାତି ଗ୍ରାମପଞ୍ଚାୟତ ଠାରେ କରିଥିଲେ । କିନ୍ତୁ ସାଧାରଣ ଲୋକଙ୍କୁ ଖବରହୋଇ ନ ଥିବାରୁ କୌଣସି ଲୋକ ଉପସ୍ଥିତ ହୋଇ ନ ଥିଲେ । ଏ ବାବଦରେ ଏମ୍ ଡ଼ିଙ୍କୁ ପଚାରିବାରୁ ସେ ୧୪ଦିନ ପୂର୍ବରୁ ସମସ୍ତଙ୍କୁ ଚିଠି ଜରିଆରେ ଖବର ଦେଇଥିବାର ଦାବି ରଖିଥିଲେ ମଧ୍ୟ ଉପସ୍ଥିତ ସରପଞ୍ଚ ତାଙ୍କ ସମ୍ମୁଖରେ ଏହି ବୈଠକର କୌଣସି ସୂଚନା ପାଇନାହାନ୍ତି ବୋଲି ପ୍ରତିକ୍ରୀୟା ଦେଇଥିଲେ । ଏପରିକି ଲ୍ୟାମ୍ପର ଉପସଭାପତି ମଧ୍ୟ ତା୧୬/୧୧/୨୦୨୨ରିଖ ସକାଳ ୧୦ ଘଟିକା ରେ ଜାଣିଲେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଏହିପରି ମନମୁଖୀ କାର୍ଯ୍ୟକୁ ସାଧାରଣରେ ବିରୋଧ କରାଯିବା ଉଚିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରୁଛନ୍ତି। ରାମଚନ୍ଦ୍ର ବିଶ୍ଵାଳ S.R.C.S.ଓ MDଙ୍କ ମଧୁଚନ୍ଦ୍ରକାରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି। ବୋଲି ଚାଷି ଆଣିଛନ୍ତିା ସଙ୍ଗିନୀ ଅଭିଯୋଗ ଏହାର ପୁନଖାନୁପଖ ଭାବେରେ ତଦନ୍ତ କରାଯାଉ ବୋଲି ଗ୍ରାମବାସୀ ଓ ଜନସାଧାରଣ ଦାବି ଜଣାଇଛନ୍ତି। ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More