ଧଳା ଚାଉଳରେ କଳା ଗୋଡ଼ି

14

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ) :-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ରାଇକିଆ ପଞ୍ଚାୟତର ମାସେଡିକିଆ ଗ୍ରାମବାସୀ ଠକାମିର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି | ଉକ୍ତ ଗ୍ରାମବାସୀଙ୍କ ସୂଚନା ଅନୁସାରେ ଏହି ଗ୍ରାମରେ ୨୦୦ରୁ ଅଧିକ ପରିବାର ବାସ କରନ୍ତି । ରାଜ୍ୟ ସରକାର ପ୍ରତି ମାସିରେ ହିତାଧିକାରୀ ମାନଙ୍କୁ ୧ କିଲୋଗ୍ରାମ ଚାଉଳ କୁ ୧ ଟଙ୍କା ହିସାବରେ ମୁଣ୍ଡ ପିଛା ୫ କିଲୋଗ୍ରାମ ର ଚାଉଳ ଯୋଗେଇ ଦେଉଛନ୍ତି କିନ୍ତୁ ଏଥିରେ ପରିବର୍ତ୍ତନ କରି ଗତ ମାସଠାରୁ ସରକାର ମାଣ୍ଡିଆ ଏବଂ ଚାଉଳ ମିଶେଇ ୫ କିଲୋଗ୍ରାମ ଦେଉଛନ୍ତି ।ସେହି ମାଣ୍ଡିଆ କଥା କହିଲେ ନ ସରେ। ମାଣ୍ଡିଆରେ ବାଲି,ଗୋଡ଼ି,କୁଣ୍ଡା,ଆଗାଡ଼ି ମିଶି ଆସୁଛି ।ହିତାଧିକାରୀ ଘରକୁ ନେଲେ ମଲେ ନ ନେଲେ ମଧ୍ୟ ମଲେ ।ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ସୁରକ୍ଷା ଆଇନ ଆଣି ଗୋଟିଏ ଲୋକ ର ୧୫ ଦିନ ପାଇଁ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଇଛି ଏବଂ ଅବଶିଷ୍ଟ ୧୫ ଦିନର ଖାଦ୍ୟ ସେହି ଲୋକ ନିଜେ ପ୍ରସ୍ତୁତ କରିବ। କିନ୍ତୁ ଯୋଗାଣ ବିଭାଗ ଦ୍ଵାରା ଦିଆ ଯାଉଥିବା ଅପମିଶ୍ରିତ ମାଣ୍ଡିଆ ଲୋକଙ୍କୁ ଅପପୁଷ୍ଟି ଆଡ କୁ ଲୋକେ ଟାଣି ହେବେନି କି ବୋଲି ସାଧାରଣ ରେ ଗୋଟେ ପ୍ରଶ୍ନ । ମାସେଡ଼କିଆ ଅଞ୍ଚଳର ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଗୁଡ଼ି,ମାଣ୍ଡିଆ,ବାଲି ମିଶିଥିବା ଚାଉଳ ଦିଆଯାଉଛି କାହିଁକି? ରାଇକିଆ ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ଏଭଳି ଶୋଷଣ କରାଯାଉଛି | ରାଜ୍ୟ ସରକାର ଦୁର୍ନୀତି ନିବାରଣ ପାଇଁ ବହୁତ ବଡ଼ ବଡ଼ କଥା କହୁଥିବା ବେଳେ ପ୍ରଶାସନ ଦ୍ଵାରା ଏଭଳି ଏକ ମହାଦୁର୍ନୀତି ଦିନ ଦ୍ୱିପହର ରେ ନିର୍ଭୟରେ ଚାଲିଛି। ଏହି ଦୁର୍ନୀତି ର ଶିକାର ଗରିବ ଲୋକ ହିଁ ହେଉଛନ୍ତି ତେଣୁ ସରକାରଙ୍କ ଗରିବ ଲୋକଙ୍କ ପାଇଁ ଯେଉଁ ଜନକଲ୍ୟାଣ କାର୍ଯ୍ୟକ୍ରମ କେମିତି ପରିଚାଳିତ ହେଉଛି ?ଏହି ବୋଷୟରେ ସ୍ଥାନିୟ ଅଞ୍ଚଳବାସୀ ଯୋଗାଣ ସହାୟକଙ୍କୁ ପଚାରିବାରୁ ସେ ଉପରୁ ଯେମିତି ଜିନିଷ ଆସୁଛି ମୁଁ ଦେଉଛି ତେଣୁ ତୁମ ଏହି ଜିନିଷ ନିଲେ ନିଅ ନ ହେଲେ ନାହିଁ ବୋଲି କହୁଛନ୍ତି ବୋଲି ଅଞ୍ଚଳବାସୀଙ୍କ ଅଭିଯୋଗ | ରାଇକିଆ ବ୍ଲକ ଠାରୁ ରାଇକିଆ ପଞ୍ଚାୟତ କେବଳ ଶହେ ମିଟର ଦୂରତା ଥିବା ସ୍ୱତେ ବର୍ତ୍ତମାନ ସୁଧା ପ୍ରଶାସନ କୌଣସି ପଦକ୍ଷେପ ନେଇନାହାନ୍ତି |ଯଦି ରାଇକିଆ ପଞ୍ଚାୟତ ସମିତି ର ମୁଖ୍ୟାଳୟ ରେ ଥିବା ପଞ୍ଚାୟତ ରେ ଏଭଳି ଖୁଲାମ ଖୁଲା ଦୁର୍ନୀତି ହେଉଛି ତେବେ ଅନ୍ୟାନ୍ୟ ପଞ୍ଚାୟତ ଗୁଡିକରେ କଣ ହେଉଥିବ ତାହା ପ୍ରଶାସନ ସାଧାରଣ ରେ ଗୋଟେ ପ୍ରଶ୍ନ |ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ପ୍ରଶାସନ କେବେ କଣ ପଦକ୍ଷେପ ନେଉଛନ୍ତି ? |କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଡିଭିଜନରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ… ସଂଘର୍ଷ ନିୟୁଜ.|

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More