ଧଳତଙ୍ଗଗଡର ଜୈବ ବିବିଧତା ସଂରକ୍ଷଣ ଓ ସୁପରିଚାଳନା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

12

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସୁସ୍ଥ ଜଙ୍ଗଲ ଓ ସୁସ୍ଥ ଜୀବନ ଏହି ମହାନ ତତ୍ତ୍ୱ କୁ ଆଧାର କରି ଜିଲାର ଏକମାତ୍ର ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ ଧଳତଙ୍ଗଗଡ଼ର ଜୈବ ବିବିଧତା ସଂରକ୍ଷଣ ଓ ସୁପରି ଚାଳନା ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଇନସାଫ ଓ ଜିଲା ପ୍ରକୃତିବନ୍ଧୁ ପରିଷଦର ମିଳିତ ଆନୁକୂଲ୍ୟରେ ଇଫକୋର ଆର୍ଥିକ ସହାୟତାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଉଦ୍ଘାଟକ ଭାବେ ଅରିଲ ସ୍ଥିତ ଶିଶୁ ଅନନ୍ତ ଆଶ୍ରମର ପ୍ରମୂଖ ସଂଚାଳକ ଡକ୍ଟର ସ୍ୱାମୀ ଚିଦାନନ୍ଦ ଜୀ ସଚେତନତା କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।ପରିଷଦର ସମ୍ପାଦକ କୈଳାସ ଚନ୍ଦ୍ର ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଇନସାଫ ର ବୈଷୟିକ ଉପଦେଷ୍ଟା ତଥା ପରିଷଦର ସଭାପତି ପରିବେଶ ବିତ ଉତ୍କଳ ରଞ୍ଜନ ମହାନ୍ତି ଅତିଥି ମାନଙ୍କର ପରିଚୟ ଦେବା ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଗନାଇଲ ହାଇସ୍କୁଲ ର ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥିଭାବେ ଆୟୁର୍ବେଦ ଚିକିତ୍ସକ ଡାକ୍ତର ଦେବଦତ୍ତ ସାମନ୍ତରାୟ, ଡାକ୍ତର ନିରଞ୍ଜନ ବିଶ୍ୱାଳ, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ହୋତା,ବିଶିଷ୍ଟ ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ବନମାଳୀ ମହାରଣା , ଆଲୋଚକ ଭାବେ ଜଗତସିଂହପୁର ବନାଞ୍ଚଳ ଅଧିକାରୀ ରବିନାରାୟଣ ମହାନ୍ତି, ମୁଖ୍ୟ ଅତିଥିଭାବେ ଇଫକୋ ର ପ୍ରଶାସନିକ ସହ ପ୍ରବନ୍ଧକ ପ୍ରସନ୍ନ କୁମାର ବେଉରା ଯୋଗଦେଇ ଧଳତଙ୍ଗଗଡ଼ ଜଙ୍ଗଲ ର ପ୍ରାଚୁର୍ଯ୍ୟ ମୟ ଜୈବ ବିବିଧତା କୁ ସଂରକ୍ଷଣ ଓ ସୁପରିଚାଳନା ପ୍ରତ୍ୟେକ ଙ୍କର ନୈତିକ କର୍ତ୍ତବ୍ୟ ବୋଲି ସୁଚାଇ ଦେବା ସହ ବହୁବିଧ ସରଳ ଓ ସହଜ ଉପାୟ ରେ ଏହାର ସୁରକ୍ଷା ଦେଇ ସୁସ୍ଥ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମହାନ୍ତିଙ୍କ ଦ୍ୱାରା ଉପସ୍ଥାପିତ ଧଳତଙ୍ଗଗଡ଼ ଜଙ୍ଗଲର ଜୈବ ବିବିଧତା ସୁରକ୍ଷା ଏକ ଅନୁଶୀଳନ ପୁସ୍ତିକା ଟିର ସୁଭଉନ୍ମୋଚନ କରାଯାଇଥିଲା।ଇନସାଫ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଫଳଚାରାପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଇନସାଫ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପ୍ରମାଣପତ୍ର ଓ ପୁରସ୍କାର ,ମେଡେଲ ପ୍ରଦାନ କରାଯାଇଥିଲା। କବି ପ୍ରତାପ କିଶୋର ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ସ୍ମିତା ଦାସ, ପ୍ରିୟତମା ସାହୂ, କାର୍ତ୍ତିକ ଚନ୍ଦ୍ର ମୁଦୁଲି ଜଙ୍ଗଲ ସୁରକ୍ଷା ସଂପର୍କିତ କବିତା ପାଠ କରି ସମ୍ବର୍ଦ୍ଧିତ ହୋଇଥିଲେ।ଶେଷରେ ପରିଷଦର ସହ ସମ୍ପାଦକ ତଥା ପ୍ରକୃତି ବନ୍ଧୁ ପ୍ରକାଶ ରଂଜନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଇକୋ ଶିକ୍ଷକ ରାଜକିଶୋର ସାହୂ, ସଂଯମ କିଶୋର ମହାନ୍ତି, ଶରତ ଚନ୍ଦ୍ର ପଣ୍ଡା, ପରିଷଦର ପ୍ରଦ୍ୟୁମ୍ନ ରଥ, ରାଜ କିଶୋର ବିଶ୍ୱାଳ, ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ପବିତ୍ର ମୋହନ ସୁବୁଦ୍ଧି, ଓ ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More