ଧନ୍ବନ୍ତରୀ ଜୟନ୍ତୀ ପାଳିତ

14

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଅଁଳାଡୁବାର ମଠ ନିକଟସ୍ଥ ବନବାସୀ ବୈଦ୍ୟ ସମ୍ମିଳନୀ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ ପାଳିତ। ରାଇରଂଗପୁର ନିକଟସ୍ଥ ଅଁଳାଡୁବାର ୱାର୍ଡନଂ ଦଶ ଠାରେ ବନବାସୀ ବୈଦ୍ୟ ସମ୍ମିଳନୀ ଆନୁକୂଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ ପାଳିତ ହୋଇଯାଇଛି । ସମ୍ମିଳନୀର ସଭାପତି ମଧୁସୂଦନ ବାରିକଙ୍କ ସଭାପତିତ୍ବରେ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମଧୁସୂଦନ ମହାନ୍ତ ଯୋଗଦେଇ ଆୟୁର୍ବେଦ ଧନ୍ବନ୍ତରୀଙ୍କ ପ୍ରବର୍ତ୍ତିତ ସର୍ବ ପୁରାତନ ଚିକିତ୍ସା ପଦ୍ଧତି ଓ ଏହା ଜନକଲ୍ୟାଣ ପାଇଁ ଅଭିପ୍ରେତ ବୋଲି ବ୍ୟକ୍ତବ୍ୟ ରଖିଥିଲେ । ଏହି ଅବସରରେ ସେଠାରେ ଭଗବାନ ଧନ୍ବନ୍ତରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଉକ୍ତ ଉତ୍ସବରେ ଟ୍ରଷ୍ଟର ସଦସ୍ୟ ଘାଷିନାଥ ସାହୁ ମଂଚ ପରିଚାଳନା କରିଥିଲେ । ଏଥିରେ ସୁନୀତା,ସଭ୍ୟତା ମହାନ୍ତ ଓ ହରପ୍ରିୟା ମହାନ୍ତ ସ୍ବାଗତ ସଂଗୀତ ଗାନ କରିଥିଲେ । ଉତ୍ସବକୁ ଟ୍ରଷ୍ଟର ଆଭିମୁଖ୍ୟ ଭାଗବତ ମହାନ୍ତ ପରିଚାଳନା କରିଥିଲେ । ଉକ୍ତ ସଭାରେ ବାସୁଦେବ ମହାନ୍ତ,ନନ୍ଦିନୀ ମହାନ୍ତ,ରାଧାକାନ୍ତ ମହାନ୍ତି, ପ୍ରହ୍ଲାଦ ଦିଗାର, ଅନନ୍ତ ଟୁଡୁ ବୈଦ୍ୟମାନଙ୍କ ସଂପର୍କରେ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବବିତା ମହାନ୍ତ, ସସ୍ମିତା ଗୋପ ,ବନ୍ଦିତା ମହାନ୍ତି ଓ ସନ୍ତୋଷ ମହାନ୍ତ ସଫଳ କରିଥିଲେ ାଟ୍ରଷ୍ଟିର ରଂଜିତା ମହାନ୍ତ, ଭୋଳନାଥ ମଣ୍ଡଳ,ନଳିନ୍ଦ୍ର ମହାନ୍ତ,କବିତା ମହାନ୍ତ, ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ମୋଟ ୬୨ ଜଣ ବୈଦ୍ୟ ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ବାର ଜଣ ମହିଳା ବୈଦ୍ୟ ଓ ପଚାଶ ଜଣ ପୁରୁଷ ବୈଦ୍ୟ ଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ରାଇରଂଗପୁର ତଥା ଆଖପାଖ ଅଂଚଳରୁ ଲୋକେ ଯୋଗଦେଇଥିଲେ ।ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More