ଧନେଶ୍ୱରଙ୍କ ମୃତଦେହ ମାଛଗାଁ କେନାଲରୁ ଉଦ୍ଧାର

14

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ କାଇଜଙ୍ଗା ଗ୍ରାମର ୫୦ବର୍ଷୀୟା ଧନେଶ୍ୱର ବେହେରା ନାମାଙ୍କ ଜଣେ ବ୍ୟକ୍ତି 21 ତାରିଖ ଦିନ କାଇଜଙ୍ଗା ନିକଟ ଅଥଙ୍ଗା ପୋଲ ଉପରେ ବସିଥିବା ବେଳେ ପୋଲ ତଳକୁ ଖସି ପଡ଼ିଥିଲେ । ସଙ୍ଗେ ସଙ୍ଗେ କିଛି ଲୋକେ ପଡିଯିବା ଦେଖି ଅଗ୍ନିସମ ବାହିନୀକୁ ଫୋନ କରିଥିଲେ। ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ୍ୟ କୌଣସି ପତା ମିଳିନଥିଲା। ତେଣୁ ତାଙ୍କ ଘରଲୋକ ବିରିଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଆଜି ବିରିଡି ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା ମାଛଗାଁ କେନାଲରେ ଏକ ଅଚିନ୍ହା ଶବ ଲାଗିଥିବାର ଲୋକ ଦେଖି ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଚି ଧନେଶ୍ୱର ଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ଆସି ଧନେଶ୍ୱରଙ୍କ ମୃତଦେହ ବୋଲି ଚିହ୍ନଟ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More