ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟାରେ ଦଣ୍ଡନୃତ୍ୟ ପରିବେଷଣ

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ,ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ତୃତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ 8 ଜୋନ୍ ସଦସ୍ୟା ଶ୍ରୀମତୀ ତାରାମଣି ପ୍ରଧାନ ଯୋଗଦେଇ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ୍ ସରପଞ୍ଚ ସଂଘ ସଭାପତି ନିହାର ଘୋଷ୍ ପୁରୁଣା କଟକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମଲ୍ଲିକ ଓ ଭୈରବୀ ମହୋତ୍ସବ କମିଟି ସମ୍ପାଦକ   ଅଶୋକ କୁମାର ସେଠୀ ମଞ୍ଚସିନ ଥିବା ବେଳେ ସମସ୍ତ ଅତିଥି ସବୁ ସମୟରେ ଏହି ମହୋତ୍ସବ ପାଇ ସାହାଯ୍ଯ ସହଯୋଗ କରିବା ସହିତ ଏହାର ଉନ୍ନତି କାମନା କରିଥିଲେl  ଉକ୍ତ ତୃତୀୟ ସନ୍ଧ୍ୟାର ସଭା କାର୍ଯ୍ୟ ପରିଚାଳନା ରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର  ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠୀ ଓ ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରିଥିବେଳେ ଇଂରାଜୀ ଅଧ୍ୟାପକ ଡ. ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପ୍ରଥମେ ଆଞ୍ଚଳିକ କଳାକାରଙ୍କ ଦ୍ୱାରା କୃଷ୍ଣଗୁରୁ, ଦଣ୍ଡ ନୃତ୍ୟ ସହ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟଗୀତ ପରିବେଶଣ ହୋଇଥିଲା l ପରେ ମଞ୍ଚରେ ବୌଦ୍ଧ ପ୍ରଣାମ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ , ପଦ୍ମପୁରରୁ ଆସିଥିବା ଦୁଲ ଫୁଲ ସମ୍ବଲପୁରୀ ଗ୍ରୁପ୍, ଗନ୍ଧରାଡି କଳା ପରିଷଦ ଚାରି ସମ୍ଭୁ ପକ୍ଷରୁ ଆଦିବାସୀ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ, ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦର୍ଶକ ଙ୍କ ମିନାବଜାର, ପଲ୍ଲୀଶ୍ରୀ ମେଳେ, ଯାତ୍ରା ଅପେରା, ଏବଂ ବିଭିନ୍ନ ସୁସ୍ୱାଦ୍ୟ ଖାଦ୍ୟ ଷ୍ଟଲ ଗୁଡିକରେ ହଜାର ହଜାର ଦର୍ଶକ ଙ୍କ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଥିଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବା ବେଳେ କାର୍ଯ୍ୟକ୍ରମ ମହୋତ୍ସବ କମିଟିର ଆବାହକ ଶ୍ରୀ ସୁକାନ୍ତ ପଟ୍ଟନାୟକଙ୍କ ସମେତ, ବିଭୁଦତ୍ତ ବୋଷ, , ସତୀଶ ବେହେରା, ସଜନ ଅଗ୍ରୱାଲା, ପ୍ରଶାନ୍ତ ସେଠି,କୈଳାସ ଅଗ୍ରୱାଲା, ସୁକାନ୍ତ ଦାସ, ମନୋଜ କୁମାର ସାହୁ, ମନୋଜ ପାଢି,ଶୁଭଜିତ୍ ପ୍ରଧାନ, ସୁବାସ କୁମାର ପ୍ରଧାନ, ପୁରନ୍ଦର ଠେଲା, ଅମୂଲ୍ୟ ମିଶ୍ର, ବିଜୟ କହ୍ନର, ସତ୍ୟ ନାୟକ, ଭାଗବତ ମେହେର,ପ୍ରମୁଖ କମିଟି ଅନନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More