ଦ୍ୱିତୀୟ ଦିନରେ ୧୨ ଜାଗାର ବିକାଶ ପାଇଁ ଭୂମି ପୂଜା

39

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ଆଜି ଦ୍ୱିତୀୟ ଦିନରେ ପୁରୀ ସହରର ୧୨ ଗୋଟି ଜାଗାର ବିକାଶ ପାଇଁ ଭୂମି ପୂଜା କରାଯାଇଛି। ସହରରେ ଥିବା ୩୫ ଗୋଟି ଜାଗା ଆଖଡାର ବିକାଶ କରାଯିବା ଏବଂ ବହୁମୁଖୀ ବ୍ୟାୟାମଶାଳା ଓ ଭିତ୍ତିଭୂମି ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛନ୍ତି।ଆଜି ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ନୂଆ ତୋଟା ଜାଗା ,ଜଗୁ ତିଆଡି ଜାଗା, ଅଡଙ୍ଗ ତିଆଡି, ଖାସ ଜାଗା,କୁସନ ଖୁଣ୍ଟିଆ ଜାଗା, ମୁଦୁଲି ଜାଗା, ଧ୍ୱଜ ଗଡ଼ ଜାଗା, ଜମି ଖୁଣ୍ଟିଆ ଜାଗା, ବାରବାଟୀ ଜାଗା,ନୃସିଂହ ବଲ୍ଲଭ ଜାଗା, ଓ ଶଂଖ ତୋଟା ଜାଗାରେ ପହଞ୍ଚି ଭୂମି ପୂଜା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ଊପ ସଭାପତି ରାମଦାସ ମହାପାତ୍ର, ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର,ବାଲି ସାହି ଆଖଡା ର ସମ୍ପାଦକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More