ଦ୍ଵାରିକାରେ ମାଟିଲଗ୍ନା ସାହିତ୍ୟ ମହା ମଞ୍ଚ ତରଫରୁ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

22

Get real time updates directly on you device, subscribe now.

ଦ୍ବାରିକା(ସଂଘର୍ଷ ମିଡିଆ ) : ଗତକାଲି ଭାରତୀୟ ଦେବଭୂମୀ ଦ୍ବାରିକା ଠାରେ ମାଟିଲଗ୍ନା ସର୍ବଭାରତୀୟ ସାହିତ୍ଯ ମହା ମଞ୍ଚ ତରଫରୁ ଅତି ଆଡ଼ମ୍ବର ସହକାରେ ପ୍ରବାସୀ ଓଡ଼ିଆ ସମ୍ମିଳନୀ ଆୟୋଜିତ ହୋଇଯାଇଛି | ଉକ୍ତ ଐତିହାସିକ ମହାମଞ୍ଚରେ ଅନୁଷ୍ଠାନର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରି କହିଲେ ଯେ,ମାଟିଲଗ୍ନା ସାହିତ୍ୟ ପରିବାର ଗତ ଦେଢବର୍ଷ ଭିତରେ ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ମନରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ର ବୀଜବପନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଚାଲିଛି। ଏହି ମଞ୍ଚରେ ଦ୍ବାରିକା ପ୍ରଭାସୀ ଓଡିଆ ମହାସଂଘର ସଭାପତି ସଞ୍ଜୟ ସାହୁ ମୂଖ୍ଯ ଅତିଥି ଭାବରେ ଯୋଗଦାନ କରି ମାଟିଲଗ୍ନା ସାହିତ୍ଯ ସଂସଦର ଏଭଳି ପଦକ୍ଷେପ କୁ ଉଚ୍ଚ ପ୍ରଶଂସା କରିଥିଲେ । ବେଦଧ୍ବନୀ, ଜଗନ୍ନାଥ ବନ୍ଦନା ଓ ମହିଳା ମାନଙ୍କ ହୁଳହୁଳି ଶଦ୍ଦରେ ଆରମ୍ଭ ହୋଇଥିବା ସଭାକୁ କବି କିଶୋର ଚନ୍ଦ୍ର ତ୍ରିପାଠୀ ପରିଚାଳନା କରିଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ କଳାହାଣ୍ଡି ଜିଲ୍ଲା ସଭାପତି ସମୀର କୁମାର ମହାପାତ୍ର, ଏବଂ ଏହି ମହାମଞ୍ଚରେ ରାଷ୍ଟ୍ରିୟ ସଂଯୋଜକ ବିନୟ କୁମାର ଦଣ୍ଡସେନା ସମ୍ମାନୀତ ଅତିଥି,ବୟୋଜେଷ୍ଠ କବି ସୁବାସ ଚନ୍ଦ୍ର ତାରିଣୀ, କବି ପୁର୍ଣ୍ଣ ଚନ୍ଦ୍ର ବେହେରା, ଧୀରେନ୍ଦ୍ର କୁମାର ସାହୁ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ । ଏବଂ କବିତା ସଂଯୋଜନା କରିଥିଲେ ଅନୁଷ୍ଠାନ ର ସର୍ବଭାରତୀୟ ପରିଚାଳିକା ଡ଼ ସୁଜାତା ମୁଣ୍ଡ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀଳକାନ୍ତି ପଟ୍ଟନାୟକ ଓ ନଳିନୀ ପ୍ରଭା ଦାଶ । ଦ୍ବିତୀୟ ପର୍ଯ୍ୟାୟ ରେ ଅନୁଷ୍ଠାନ ର ବରିଷ୍ଠ କବି ଅଜିତ୍ ପାଢୀ, ଜୟନ୍ତ କୁମାର ମହାଳିକ, ଦେବେନ୍ଦ୍ର ହଂସ, ଚନ୍ଦ୍ର କଳା ଦେବୀ,ପୁଷ୍ପାଞ୍ଜଳୀ ମହାପାତ୍ର ,ରଞ୍ଜିତା ସାହୁ, ରଶ୍ମୀରଞ୍ଜନ ସାହୁ ,ରାମ ନାରାୟଣ ଶର୍ମା ,ପ୍ରସନ୍ନ ମେହେର , ସାବିତ୍ରୀ ମହାପାତ୍ର, ଜୟ ପଧାନ, ସୁଷମା ଦାଶ ସହିତ ଶତାଧିକ କବି କବୟତ୍ରୀ ଯୋଗଦାନ କରି ନିଜର ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ଅନୁଷ୍ଠାନ ତରଫରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କବି ଓ କବୟିତ୍ରୀ ମାନଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଶେଷରେ ରଶ୍ମିରଞ୍ଜନ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ||ମାଲକାନଗିରି ରୁ ଅବଦୁଲ ଗାନି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More