ଦ୍ରୌପଦୀ ମୂର୍ମୁ ମହାମହୀମ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବାରୁ “ଆକାଂକ୍ଷା”ମହିଳା ସଙ୍ଗଠନ ତରଫରୁ ଶୁଭେଚ୍ଛା

29

Get real time updates directly on you device, subscribe now.

ପାରଳା(ସଂଘର୍ଷ ମିଡିଆ) : ଭାରତର୧୫ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇ ଓଡ଼ିଶାର ଗୌରବକୁ ଦ୍ବିଗୁଣିତ କରିଛନ୍ତି ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୂର୍ମୁ।ଓଡ଼ିଶାର ଜଣେ ମହିଳା ମହାମହୀମ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବାରୁଓଡ଼ିଶାବାସୀଙ୍କ ସହ “ଆକାଂକ୍ଷା”ମହିଳା ସଙ୍ଗଠନର କାର୍ଯ୍ୟକର୍ତ୍ତା ଆଜି ଆନନ୍ଦିତ। ତାଙ୍କର ଓଡ଼ିଶାର ରାଇରଙ୍ଗପୁର ଠାରୁ ଦିଲ୍ଲୀରେ ରାଇସିନା ହିଲସ ପର୍ଯ୍ୟନ୍ତର ଯାତ୍ରା ନାରୀ ସମାଜପାଇଁ ଏକ ପ୍ରେରଣାର ଉତ୍ସ ଅଟେ। ଆସନ୍ତାକାଲି ଅର୍ଥାତ୍ ତା୨୫-୦୭-୨୦୨୨ରେ ଶ୍ରୀମତୀ ମୂର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ଅବସରରେ “ଆକାଂକ୍ଷା”ମହିଳା ସଙ୍ଗଠନ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ମଙ୍ଗଳକାମନା କରି ପାରଳା ଉପକଣ୍ଠରେ ଥିବା ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିଵା ସହ ଆନନ୍ଦ ଉତ୍ସାହର ସହସଙ୍ଗଠନର ସମସ୍ତ ସଦସ୍ୟ ପ୍ରସାଦ ସେବନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More