ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀନୀ ନେଇ ମୟୁରଭଞ୍ଜ ଜିଲ୍ଲା ଉତ୍ସବ ମୁଖର

22

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : -ଓଡିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥନୀ ଘୋଷଣା ପରେ ସମଗ୍ର ଓଡ଼ିଶା ଚଳଚଂଚଳ ହୋଇଛି । ବିଶେଷତଃ ରାଇରଙ୍ଗପୁର ଅଂଚଳରେ ଖୁସିର ଲହଡ଼ି ଛୁଟିଛି ।ଗତକାଲି ସଂଧ୍ଯାରୁ ବିଭିନ୍ନ ରାଜନୈତିକ ଦଳ,ଅଣଣରାଜନୈତିକ ସଙ୍ଗଠନ, ସ୍ବେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ,ବ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ,ବଣିକ ସଂଘର କର୍ମକର୍ତ୍ତାବୃନ୍ଦ,ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ଲୋକେ ତାଙ୍କ ମହୁଲଢିହା ବାସ ଭବନରେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।ଆଜି ସକାଳୁ ମାଡାମ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ଜାହିରା ପୀଠ ସ୍ଥଳ,ପୂର୍ଣେଶ୍ବର ମନ୍ଦିର, ହନୁମାନ ମନ୍ଦିର , ଜଗନ୍ନାଥ ମନ୍ଦିର, ପ୍ରଜାପିତା ଇଶରୀୟ ବିଶ୍ୱ ବିଦ୍ୟାଳୟକୁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ଶ୍ରୀମତୀ ମୁର୍ମୁ ଜଣେ ସମାଜ ସଂସ୍କାରକ, ଅମାୟିକ,ସରଳ,ନିଷ୍କପଟ, ଧାର୍ମିକ, ପରୋପକାରୀ , ମିଷ୍ଟଭାଷୀ, ବିଦ୍ୱାନ, ରାଜନୀତିଜ୍ଞ,ପ୍ରଶାସିକା ବ୍ଯକ୍ତିତ୍ଵ ।ଜୀବନରେ ସ୍ବାମୀ ଓ ପୁତ୍ର ସନ୍ତାନଙ୍କୁ ହରାଇ ମଧ୍ୟ କୈବେହେଲେ ଭାଙ୍ଗି ପଡିନ ଥିଲେ । ଆଜି ଅଂଚଳରେ ଶିକ୍ଷାନୁଷ୍ଠାନ ନିର୍ମାଣ କରି ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ କରୁଛନ୍ତି ।ସେ ଭୂବନେଶ୍ବରରେ କନିଷ୍ଠ ସହାୟକ ପରେ ଚାକିରୀ ଛାଡ଼ି ରାଇରଙ୍ଗପୁର ଶ୍ରୀ ଅରବିନ୍ଦ ଶୀକ୍ଷାନୁଷ୍ଠାନରେ ମାଗଣାରେ ଶିକ୍ଷାଦାନ,ପରେ କାଉନସିଲର,ପରେ ଉପାଧ୍ଯକ୍ଷା,ବିଧାୟିକା, ମନ୍ତ୍ରୀ, ଝାଡ଼ଖଣ୍ଡ ରାଜ୍ୟର ରାଜ୍ଯପାଳ ପଦ ଅଳଙ୍କୃତ କରିଛନ୍ତି ।ପ୍ରଜାପତି ଐଶ୍ୱରୀୟ ବିଶ୍ବବିଦ୍ୟାଳୟର ଆଧ୍ୟାତ୍ମିକ ଦର୍ଶନରେ ସେ ନିଜକୁ ନିମଗ୍ନ କରି ଏକ ଆଧ୍ୟାତ୍ମିକ ଓ ଶୃଙ୍ଖଳିତ ଜୀବନ ବିତାଉଛନ୍ତି ।ବିଜେପି ଦଳର ଜଣେ ଆଜୀବନ ଶୃଙ୍ଖଳିତ ସଦସ୍ୟା।ଦଳ ପ୍ରତି ତ୍ୟାଗ,ନିଷ୍ଠା,ଆନୁଗତ୍ୟ ,ଏବଂ ହଳ ଅଭିଜ୍ଞତା,ମହିଳା, ଆଦିବାସୀ ବର୍ଗର,ଏବଂ ସର୍ବ ନିର୍ବିବାଦୀୟ ବ୍ଯକ୍ତିତ୍ବ ହୋଇଥିବାରୁ ଏନଡିଏ ତାଙ୍କ ମୁଣ୍ଡରେ ରେ ସୁନା କଳସ ଢ଼ାଳିଛି ।ସାରା ରାଇରଙ୍ଗପୁର ଚଳ ଚଞ୍ଚଳ ହୋଇ ଉଠିଛି । ରାଇରଙ୍ଗପୁର ମାଟିର ସୁଯୋଗ୍ୟ ସନ୍ତାନ,ସୁକନ୍ୟା ନେଇ ଆଜି ରାଇରଙ୍ଗପୁର ମାଟି ଗର୍ବିତ ‌ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସେ ଧ୍ୟାନ ଦେବେ ବୋଲି ସମସ୍ତେ ଆଶା କରିଛନ୍ତି ।ବିଶେଷତଃ ଗୋରୁମହିଷାଣୀ-ବାଙ୍ଗିରିପୋଷୀ, ବାଦାମ ପାହାଡ଼-କେନ୍ଦୁଝର ରେଳସଂଯୋଗୀକରଣ,ଦାଣ୍ଡବୋଷ ଓ ରାସଗୋବିନ୍ଦପୁର ଏରୋଡ୍ରମ ଫିଲ୍ଡ ଉନ୍ନତିକରଣ, ବାଇପାସ୍ ନିର୍ମାଣ,ଲୌହ ଶିଳ୍ପ ପ୍ରତିଷ୍ଠା ଇତ୍ୟାଦି ପାଇଁ ପଥ ପରିଷ୍କାର ହେବ ।ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More