ଦୋଶତୃଟି ଦେଖିବା ଓ ଦେଖାଇବା ସହିତ ଉନ୍ନୟନାଭିମୂଖି ହେବା ସାମ୍ବାଦିକ ମୌଳିକ କର୍ତ୍ତବ୍ୟ – ଡ଼. ମୃଣାଳ ଚାଟ୍ଟାର୍ଜୀ

14

Get real time updates directly on you device, subscribe now.

ଭବାନୀପାଟଣା (ସଂଘର୍ଷ ମିଡିଆ ) : -ଅଜି ଅପରାହ୍ନ 3ଘଟିକା ସମୟରେ କଳାହାଣ୍ଡି ଵିକାସ ପରିଷଦ ଅଧ୍ୟକ୍ଷା ଡ. ସୁନିତ ମୁଣ୍ଡ ଙ୍କ ଅଧ୍ୟକ୍ଷତା ରେ କଳାହାଣ୍ଡି ଵିଶୂଵିଦ୍ୟାଳୟ ଠାରେ ‘ “ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାମଗ୍ରୀକ ଵିକାସ ରେ ସାମ୍ବାଦିକ ଙ୍କ ସହଭାଗିତା “ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଇ ଆଇ ଏମ୍ ସି ଢେଙ୍କାନାଳର ନିର୍ଦେଶକ ଡ. ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକତା ପାଇଁ ଅନେକ ଗୁଡିଏ ଉପାଦେୟ ତଥ୍ୟ ପ୍ରଦାନ କରି ସେ କହିଥିଲେ ଯେ ସମ୍ବାଦିକ ,ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବା ସଂଗେ ସଂଗେ ସେମାନଙ୍କର ସାମାଜିକ, ଅର୍ଥନୈତିକ,ସଂସ୍କାରକ ମୌଳିକ ଶିକ୍ଷା ର ଵିକାସ ଘଟାଇବା ଏବଂ ସେସବୁର ସଂରକ୍ଷଣ ଦିଗରେ ଉଭୟ ଜନସାଧାରଣ ଏବଂ ପ୍ରଶାସନିକ କାଳକୁ ସଠିକ ମାର୍ଗରେ ପରିଚାଳିତ ହେବା ପାଇଁ ଦିଗଦର୍ଶନ ଦେଵା ଆବଶ୍ୟକ। ଏହା ସାମ୍ବାଦିକ ତାର କର୍ତ୍ତବ୍ୟ ତୃଣମୂଳ ସ୍ତରରେ ସଠିକ ସ୍ଥିତି ଓ ସୁଯୋଗ ର ସନ୍ଧାନ ଓ ସାମ୍ବାଦିକତା ସମାଜର ଵିକାସ ପଥକୁ ତ୍ଵରାନ୍ଵିତ କରିଥାଏ। ସରକାରଙ୍କ ନୀତି ଓ ଜନହିତକର ଯୋଜନାକୁ ଲୋକ ଲୋଚନକୁ ଆଣିବା ସହିତ ଲୋକମାନଙ୍କ ମୌଳିକ ଆବଶ୍ୟକତାକୁ ସରକାରଙ୍କ ନିକଟରେ ସଠିକ ଭାବରେ ଉପସ୍ଥାପନ କରି ସମାଜର ଉନ୍ନତି ପାଇଁ ଏକ ଯୋଗସୂତ୍ର ଭାବେ କାମ କରିଥାଏ। ଏଥିପାଇଁ ସାମ୍ବାଦିକ ମାନେ ଉନ୍ନୟନାଭିମୂଖି ହେବା ଆବଶ୍ୟକ ଦୋଶତୃଟି ଦେଖିବା ଓ ଦେଖାଇବା ସହିତ ସମାଜର ମୌଳିକ ଉନ୍ନତି ସାଧନ ନିମନ୍ତେ ଵ୍ରତିହେବା ଆବଶ୍ୟକ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେବା ସଙ୍ଗେ ସଙ୍ଗେ ଵିଶିଷ୍ଠସାହିତିକ ,ଲେଖକ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରାହାସ ବିହାରୀ ଵେହେରା ସାମ୍ବାଦିକ ଏବଂ ଵୁଦ୍ଧିଜିଵିଙ୍କ ପ୍ରତିନିଧିତ୍ଵ କରି ସଂକ୍ଷିପ୍ତ ଢକ୍ତଵ୍ୟ ରଖିଥିଲେ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରୁ ଶତାଧିକ ଵୁଦ୍ଧିଜିଵି ଓ ସମାଜସେବୀ ଏବଂ ସାମ୍ବାଦିକ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।କଳାହାଣ୍ଡି ଭବାନୀପାଟଣାରୁ ସଞ୍ଚିବ ରଥଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More