ଦୈନିକ ଖବର କାଗଜ ସମାଜ ପକ୍ଷରୁ ୯୪ ତମ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ପୂଣ୍ୟତିଥି ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ
ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : – ଗୋପବନ୍ଧୁ ଥିଲେ ଏକା ଧାରରେ ଜଣେ ସୁ ସାହିତ୍ୟକ , ସୁବକ୍ତା , ରାଜନୈତିକ କର୍ମୀ , ଓଡିଆ ଦୈନିକ ଖବର କାଗଜ ର ସଂମ୍ପାଦକ ଓ ଶିକ୍ଷକ । ତାଙ୍କର ଏହି ପବିତ୍ର ପୂଣ୍ଯ ତିଥିରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପୂଣ୍ଯ ତିଥି ଉତ୍ସବ ରେ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୋରଜ କୁମାର ଦାସ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ । ପରେ ପରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର ରକ୍ତ ଭଣ୍ଡାର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିର କୁ ବରିଷ୍ଠ ନାଗରିକ ତଥା ଓକିଲ ରସାନନ୍ଦ ଲେଙ୍କାଙ୍କ କରକମଳରେ ଶୁଭାରମ୍ଭ ହୋଇଥିଲା ରକ୍ତ ଦାନ ଶିବିର , ଏହି ରକ୍ତ ଦାନ ଶିବିରରେ ମୋଟ ୨୩ ୟୁନିଟ୍ ରକ୍ତ ସଂଗ୍ରହିତ ହୋଇଥିଲା । କାର୍ଯ୍ଯକ୍ରମ ରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାନ୍ତ , ଶିକ୍ଷକ ରଞ୍ଜନ କୁମାର ନନ୍ଦ , ଅଧ୍ଯାପକ ଡ: ଦିଗାମ୍ବର ଗିରି , ଅଧ୍ଯାପକ ବିଜୟ କୁମାର ରାମ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲିପ ମହାନ୍ତି , ସମାଜ ସେବକ ଦୁଷ୍ମନ୍ତ ଦାସ , ମୋନଜ ସୋନି , ଅତିରିକ୍ତ ଉପଖଣ୍ଡ ସୂଚନା ଅଧିକାରୀ ବିକାଶ ରଞ୍ଜନ ମହାନ୍ତି , ଲିଟିଲ୍ ପ୍ଲାୱାର ସ୍କୁଲ ର ସଂମ୍ପାଦକ କାଳି ପ୍ରଶହ୍ନ ମହାନ୍ତି ,, ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ପ୍ରମୁଖ ଯୋଗ ଦେଇଥିବା ବେଳେ , ସମ୍ମାନିତ ଅତିଥି ଭାବେ ମୋରଡା ବିଧାୟକ ରାଜ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ ଭାବରେ ରାଇରଂଗପୁର ମହାବିଦ୍ୟାଳୟ ଛାତ୍ର, ରାଇରଂଗପୁର ମହିଳା ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ଛାତ୍ରୀ ଓ ରାଇରଂଗପୁର ଉଚ୍ଚ ବିଦ୍ୟାଳୟର ଏନ୍ ସି ସି ଆର୍ମୀ କେଡେଡ୍ ମାନେ ଯୋଗ ଦେଇଥିଲେ ।