ଦୈନିକ ଖବର କାଗଜ ମନ୍ଥନର ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

233

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ) : – ଦୈନିକ ଖବର କାଗଜ ମନ୍ଥନର ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହୋଇଯାଇଛି । ମନ୍ଥନର ସମ୍ପାଦକ ଶରତ ରାଉତଙ୍କ ସଭାପତିତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଏମସି ମେୟର ସୁବାଶ ଚନ୍ଦ୍ର ସିଂହ, ବରେଣ୍ୟ ଅତିଥି ବାରବାଟୀ – କଟକ ବିଧାୟକ ମହମ୍ମଦ ମୋକିପ୍ , ମୁଖ୍ୟବକ୍ତା ସମାଜ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ର , ବରେଣ୍ୟ ଅତିଥି ଆଇନିଜୀବୀ ଧରଣିଧର ନାୟକ ଓ ସାହିତ୍ୟିକ ବିଜଯାନନ୍ଦ ସିଂହ ଯୋଗଦେଇଥିଲେ । ପ୍ରଥମେ ଅତିଥି ମାନଙ୍କୁ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରଯାଇଥିଲା । ଦୀର୍ଘ ୧୫ ବର୍ଷ ଧରି ମନ୍ଥନ ନିରବଚ୍ଛିନ୍ନ ଭାବେ ସମାଜର ଅବହେଳିତ ଓ ସାଧାରଣ ଜନତାଙ୍କ ସମସ୍ଯା ଉପରେ ଖବର ପ୍ରକାଶ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଅତିଥିମାନେ ମତପୋଷଣ କରିବା ସହ ସମ୍ପାଦକଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକ୍ଷାତ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀ, କ୍ରୀଡା ସଂଗଠକ ଆଶୀର୍ବାଦ ବେହେରା , ସାହିତ୍ୟିକ ବୈଷ୍ଣବ ଚରଣ ସାମଲ , ବରିଷ୍ଠ ଆଇନିଜୀବୀ ଧରଣିଧର ନାୟକ, ରୁଚି କମ୍ପାନୀର ପରିଚାଳନା ନିର୍ଦ୍ଧେଶକ ଡ॰ ଶରତ ସାହୁ , ପ୍ରାକ୍ତନ ପୋଲିସ ପ୍ରଶାସକ ଭକ୍ତବଲ୍ଲଭ ଦାସ , ବରିଷ୍ଠ ସାମ୍ବାଦିକ ତପନ କୁମାର ମିଶ୍ର , ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ସହକାରୀ ନର୍ସିଙ୍ଗ ଅଧିକ୍ଷକ ବାସନ୍ତିଳତା ନାୟକ ଓ ଆଦର୍ଶ କୃଷକ ପ୍ରତାପ ଶ୍ରୀଚନ୍ଦନଙ୍କୁ କଟକ ଗୌରବ ମନ୍ଥନ ସମ୍ନାନ- ୨୦୨୪ରେ ସମ୍ନାନୀତ କରଯାଇଥିଲା । ବରିଷ୍ଠ ସାମ୍ବାଦିକ ରବି ରାୟ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More